ସ୍ବାଭାମାନ ଅଞ୍ଚଳରେ ମିଲଟ ମିଶନ କାର୍ଯ୍ଯକ୍ରମ ଆରମ୍ଭ ।

ମାଲକାନଗିରି,୧୯/୦୮(ପିପିଟି): ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତଗର୍ତ ସ୍ଥାନୀୟ ଚିତ୍ରକୋଣ୍ଡା ସହର ସ୍ଥିତ ଶିଶୁ ଓ ମହିଳା କଲ୍ୟାଣ ସମିତି ଆନୁକୂଲ୍ୟରେ ଜିଲ୍ଲା କୃଷି ବିଭାଗ, ୱାସନ ଅନୁଷ୍ଠାନ ଓ ଆତ୍ମା ସହାୟତାରେ ମିଲେଟ ମିଶନ କାର୍ଯ୍ୟକ୍ରମ ମାଧ୍ୟମରେ ଶିଶୁ ଓ ମହିଳା କଲ୍ୟାଣ ସମିତିର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ବଡ଼ପଡା, ପାପରମେଟେଲା, ରାଲେଗଡା ଓ ଧୂଳିପୁଟ ପଞ୍ଚାୟତ ଅନ୍ତଭୂକ୍ତ ବିଭିନ୍ନ ଗ୍ରାମର ଚାଷୀଙ୍କ ଜମିରେ ମାଣ୍ଡିଆ ସୁଆଁ ଚାଷ ନିମନ୍ତେ ବେଡ଼ ପ୍ରସ୍ତୁତି କରାଯାଇ ତଳି ପକାଯାଇ ଚାଷୀ ଜମି ପ୍ରସ୍ତୁତି କରି ତଳି ରୋପା କରିବା ଆରମ୍ଭ କରାଯାଇଛି । ଚଳିତ ବର୍ଷ ସ୍ୱାଭିମାନ ଅଞ୍ଚଳରେ ଏକ ହଜାର ନଅ ଶହ ଚାଷୀଙ୍କୁ ଚୟନ କରାଯାଇଛି ଏବଂ ୧୩୮୦ ହେକଟର ଜମିରେ ସୁଆଁ ମାଣ୍ଡିଆ ଚାଷ କରିବା ପାଇଁ ଚାଷୀ ଚୟନ କରାଯାଇଛି । ଯେଉଁ ମାଣ୍ଡିଆ ଓ ସୁଆଁ ଚାଷ କେବଳ ଜୈବିକ ଖତ ସାର ବ୍ୟବହାର କରାଯାଇ ଚାଷ କରାଯାଏ । ଫଳରେ ଚାଷୀ ଦୁଇଗୁଣା ଅମଳ ପାଇଥାଏ । ତଥା ଏହି ମାଣ୍ଡିଆକୁ ମାଲକାନଗିରି ଜିଲ୍ଲାରେ ଲୋକେ ନିଜ ଖାଦ୍ୟ ରୂପେ ବ୍ୟବହାର କରନ୍ତି ଏବଂ ଚାଷରେ ମଧ୍ୟ ମିଲେଟ ମିଶନ କାର୍ଯ୍ୟକ୍ରମ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ସ୍ୱାଭିମାନ ଅଞ୍ଚଳରେ ଏହି କ୍ଷୁଦ୍ର ଶସ୍ଯର ପୁନରୁଦ୍ଧାର କରାଯିବା ସହ ଚାଷୀ ନିଜେ ଖାଦ୍ୟ ରୂପେ ବ୍ୟବହାର କରିବା ସହ ଅଧିକ ଅମଳକୁ ସରକାରଙ୍କ ମାଣ୍ଡିଆ ମଣ୍ଡିରେ ବିକି ଭଲାନ୍ମିତ ହୋଇ ପାରୁଛି ଓ ଚାଷୀ ଉତ୍ସାହିତ ହେବା ପାଇଁ ପ୍ରୋତ୍ସାହନ ରାଶି ମଧ୍ୟ ପାଇଛନ୍ତି । ବିଭିନ୍ନ ସ୍ଥାନରେ ଗୋଷ୍ଠୀ ମାଧ୍ୟମରେ ମାଣ୍ଡିଆ ଗୁଣ୍ଡ କରିବା ଯନ୍ତ୍ର ମଧ୍ୟ ପ୍ରଦାନ କରାଯାଇଛି । ଗତ ବର୍ଷ ଚାଷୀ ମାଣ୍ଡିଆ କିଗ୍ରା ପ୍ରତି ଟ.୩୨.୯୫ ପଇସାରେ ମଣ୍ଡିରେ ବିକି ଭଲ ଲାଭବାନ ହୋଇଥିଲା । ଏଥି ସହିତ ଜିଲ୍ଲାରେ ମାଣ୍ଡିଆ ଚାଷ କରୁଥିବା ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ,ମାଣ୍ଡିଆ ଚାଷୀ ଓ ବିଭିନ୍ନ ପଞ୍ଚାୟତରେ କାର୍ଯ୍ୟରତ ସିଆରପିମାନଙ୍କୁ ନେଇ ମାଣ୍ଡିଆରେ ବିଭିନ୍ନ ପ୍ରକାରର ପ୍ରସ୍ତୁତ ଜଳଖିଆ ସମ୍ପର୍କରେ ଜ୍ଞାନ କୌଶଳ ପ୍ରଦାନ କରାଯାଇଛି । କେବଳ ଯେ ମାଣ୍ଡିଆକୁ ମାଣ୍ଡିଆ ପେଜ଼ କି କ୍ଷୀରି କରି ଖାଇବା ଏକ ମାତ୍ର ବ୍ୟବହାର ଉପଯୋଗି ନୁହେଁ । ବରଂ ମାଣ୍ଡିଆରେ ଚାହିଦା ତଥା ସ୍ୱାସ୍ଥ୍ୟ ଉପଯୋଗୀ ଉପଦେୟତାକୁ ଆଖି ଆଗରେ ରଖି ମାଣ୍ଡିଆକୁ ଭିନ୍ନ ଭିନ୍ନ ଉପାୟରେ ଉପଯୋଗ କରି ବହୁ ପ୍ରକାରର ଜଳଖିଆ ଓ ଖାଦ୍ୟ ପଦାର୍ଥ ତିଆରି କରିହେବ । ଯଥା- ବରା, ପକୁଡି, ଇଡିଲି, ଆଳୁଚପ, ଚକୁଳି ପିଠା, ଉପମା, ବିରିୟାନୀ, ଦହିବରା, ଗୋଲାପ ଯାମୁନ, ରସଗୋଲା, ପକୋଡା, ବାଇଗଣ ଚପ୍, କ୍ଷୀରି, ପୋଡପିଠା, ବିସ୍କୁଟ, କେକ, ପୋଡ଼ ମିଠା ,ପିଆଜି, ସିଙ୍ଗଡ଼ା ଭଳି ବହୁ ପ୍ରକାରର ଖାଦ୍ୟ ତିଆରି କରାଯାଇ ପାରିବ, ଯାହାକି ଦୈନିକ ନିଜେ ଖାଦ୍ୟ ଓ ଜଳଖିଆ ଭାବେ ବ୍ୟବହାରର ଫାଇଦା ଉଠାଇବା ସହିତ ଜଣେ ଜଣେ ଚାଷୀ କିମ୍ବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଉକ୍ତ ଜଳଖିଆ ଦୋକାନ କରି ମଧ୍ୟ ନିଜେ ସ୍ୱାବଲମ୍ବୀ ହୋଇ ପାରିବ। ଏଣୁ ମାଣ୍ଡିଆ ତିଆରି ଜଳଖିଆର ଚାହିଦା ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇପାରିବ ଏବଂ ବ୍ୟବସାୟୀ ମଧ୍ୟ ଦୁଇ ପଇସା ଭଲ ରୋଜଗାର କରି ଜୀବନ ଜୀବିକାରେ ସହାୟକ ହୋଇ ପାରିବ । ଉକ୍ତ କାର୍ଯ୍ୟକ୍ରମକୁ ମିଲେଟ ମିଶନ ପ୍ରକଳ୍ପ ସଂଯୋଜକ ତପନ କୁମାର ରଥ, ସୁରେଶ ଚନ୍ଦ୍ର ପୂଜାରୀ, ତ୍ରିନାଥ ଖେମୁଡୁ ଓ ରାକେଶ ମହାରଣା ପରିଚାଳନା କରିଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାମଗିରି)

Comments (0)
Add Comment