ମାଲକାନଗିରି,୨୫/୦୮(ପିପିଟି):ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତ. ତଥା ଆଜାଦୀ କା ଅମୃତ ମହୋତ୍ସବ ଉପଲକ୍ଷେ ମାଲକାନଗିରି ଜିଲ୍ଲାରେ ସେପ୍ଟେମ୍ବର ୧୦ରୁ ୧୨ ତିନି ଦିନ ଅହିଂସା ରଥ ପରିକ୍ରମା କରିବ ବୋଲି ଆଜି ଅପରାହ୍ନ ୩ଟା ରେ ଏକ ପ୍ରସ୍ତୁତି ବୈଠକ ଗ୍ରାମ୍ୟ ଉନ୍ନୟନ ସଂସ୍ଥା,ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଯାଇଛି । ଆଗାମୀ ସେପ୍ଟେମ୍ବର ୧୦,୧୧ ଓ ୧୨ ତାରିଖ ୩ ଦିନ ଧରି ଅହିଂସା ରଥ ମାଲକାନଗିରି ଜିଲ୍ଲାରେ ଥିବା ୭ଟି ବ୍ଲକ, ବାଲିମେଳା ଏନଏ.ସି, ମାଲକାନଗିରି ମୁନିସିପାଲିଟି ସ୍ଥାନଗୁଡିକୁ ପରିକ୍ରମା କରିବ । ସହରାଞ୍ଚଳରେ ଭବ୍ୟ ସ୍ୱାଗତ କରାଯିବା ପାଇଁ କାର୍ଯ୍ଯନିର୍ବାହୀ ଅଧିକାରୀ, ବ୍ଲକର ବି.ଡି.ଓମାନଙ୍କୁ ରୁଟ ଚାର୍ଟ ପ୍ରସ୍ତୁତ କରି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ ପ୍ରଦାନ କରିବେ ଏବଂ ନିଜର ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆଗାମୀ କାର୍ଯ୍ୟକ୍ରମ ପରିଚାଳନା କରିବେ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି । ପ୍ରତ୍ୟେକ ରହଣି ସ୍ଥାନରେ ଯେପରି ଭିଡ଼ିଓ ପ୍ରଦର୍ଶନ ସହିତ ସଭା, ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପ୍ରଦର୍ଶିତ ହେବ ସେହି ଦିଗରେ ସୁବନ୍ଦୋବସ୍ତ କରାଯିବାକୁ ଅତିରିକ୍ତ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅଙ୍ଗନୱାଡି, ମହିଳା ଓ ସ୍ବେଛାସେବୀ ଅନୁଷ୍ଠାନ, ଓ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ଏଥିରେ ସାମିଲ କରିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସୁଚାର ରୂପେ ପରିଚାଳନା ନିମନ୍ତେ ନୋଡାଲ ଅଧିକାରୀ ରହିବା ପାଇଁ ସୂଚନା ଦେଇଥିଲେ ।
ଏହି ବୈଠକରେ ଜିଲ୍ଲା ଗ୍ରାମ୍ଯ ଉନ୍ନୟନ ସଂସ୍ଥା ପ୍ରକଳ୍ପ ଅଧିକାରୀ ବାଲ ମୁକୁନ୍ଦ ଭୂୟାଁ,ଉପ-ଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଣ୍ଡୁ, ସମାଜ ମଙ୍ଗଳ ଅଧିକାରୀ,ସାଗରୀକା ସାହୁ, ବ୍ଲକର ବି.ଡି.ଓ,ତହସିଲଦାର, ସି.ଡ଼ି.ପି. ଓ, ବି.ଇ.ଓ, ଡ଼ି.ପି.ସି., ମିଶନ ଶକ୍ତି, ପ୍ରମୁଖ ଉପସ୍ଥିତ ଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)