ସ୍ବର୍ଗତ କେ.ଭାସ୍କର ପାତ୍ରଙ୍କ ଜନ୍ମ ବାର୍ଷିକୀ ସ୍ମୃତିରେ ରକ୍ତଦାନ ଶିବିର;୪୧ ୟୁନିଟ ରକ୍ତ ସଂଗୃହୀତ ।

କୋଦଳା,୧୬/୦୮(ପିପିଟି): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ସ୍ଥିତ ମା କାଜୁ ଇଣ୍ଡଷ୍ଟ୍ରି ପରିସରରେ ବିଶିଷ୍ଟ ବ୍ୟବସାୟୀ ସ୍ବର୍ଗତ କେ.ଭାସ୍କର ପାତ୍ରଙ୍କ ଜନ୍ମ ବାର୍ଷିକୀ ସ୍ମୃତି ଅବସରରେ ଶୁକ୍ରବାର ଦିନ ଅନୁଷ୍ଠିତ ରକ୍ତଦାନ ଶିବିରରେ ୪୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା ମା କାଜୁ ଇଣ୍ଡଷ୍ଟ୍ରି ଅଙ୍ଗାରଗାଁ, ପଦ୍ମାବତୀ କାଜୁ ତାଳଗାଁ , ଜୀବନ ଧାରା ପରିବାର, ଜିବନ ଦ୍ୟୁତି ଏଜୁକେଶନାଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ , ନୂଆଗଡ ମିଳିତ ସହଯୋଗରେ ଏହି ଶିବିର ଅନୁଷ୍ଠିତ ହୋଇଥିବା ବେଳେ। ଏହି ଶିବିରକୁ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିବା ବେଳେ ଅତିଥି ଭାବେ ବେଗୁନିଆପଡ଼ା ଥାନା ଅଧିକାରୀ ଭଗବାନ ପୂଜାରୀ,ସରପଞ୍ଚ ନିଲେନ୍ଦ୍ରି ସେଠୀ,ବିଜେପି ନେତା ସୀତାରାମ ପାଣିଗ୍ରାହୀ,ନାରାୟଣ ସୁମନ୍ତରାୟ, ସତୀଶ ରଞ୍ଜନ ତାରିଣୀ,ସରୋଜ କୁମାର ସାହୁ,ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ପ୍ରସନ୍ନ କୁମାର ନାୟକ,ଓଡ଼ିଶା ଉଚ୍ଚ ନ୍ୟାୟାଳୟ ର ଆଇନଜୀବୀ ସନ୍ତୋଷ କୁମାର ଜେନା, ଜୀବନ ଧାରା ସଭାପତି ଏମ୍.ଗୋପବନ୍ଧୁ ଆଚାରି, ବି .ସୋମେଶ ପାତ୍ର, ଶିକ୍ଷକ ଗୌରହରି ପଲେଇ, ଶିକ୍ଷାବିତ୍ ଦେବେନ୍ଦ୍ର ମହାରଣା,ଟ୍ରଷ୍ଟ ସମ୍ପାଦକ ଟୁକୁନା ପ୍ରଧାନ,ଫରେଷ୍ଟର ସନ୍ତୋଷ କୁମାର ମଲ୍ଲିକଙ୍କ ସମେତ ବହୁ ବ୍ୟକ୍ତି ଯୋଗ ଦେଇଥିଲେ। ପଦ୍ମାବତୀ କାଜୁ ଶିଳ୍ପ ପ୍ରୋପାଇଟର ପ୍ରଶାନ୍ତ କୁମାର ପାତ୍ର, ମା କାଜୁ ଶିଳ୍ପ ପ୍ରୋପାଇଟର ପ୍ରଦୀପ କୁମାର ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ଶିକ୍ଷକ ବିଭୂତି ପ୍ରଧାନ,ତପନ କୁମାର ପ୍ରଧାନ,ଗଙ୍ଗାଧର ନାୟକ,ପ୍ରଦୀପ କୁମାର ମୁଦ୍ରା, ଅନିଲ କୁମାର ପାତ୍ର, ଦୀପ୍ତି ପ୍ରକାଶ ନାୟକ,କ୍ରିଷ୍ଣା ପାତ୍ର, ପ୍ରଭାତ କୁମାର ସାହୁ,ପୂର୍ଣ୍ଣ ଚନ୍ଦ୍ର ସେଠୀ, ସୁଶାନ୍ତ କୁମାର ସ୍ବାଇଁ,କୈଳାଶ ସାହୁ , ପୂର୍ଣ୍ଣ ଚନ୍ଦ୍ର ସେଠୀ ସମେତ ଅନ୍ୟ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ଏଥିରେ ବ୍ରହ୍ମପୁର ରକ୍ତଭଣ୍ଡାରର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ। ରକ୍ତଦାତା ମାନଙ୍କୁ ବିଭିନ୍ନ ପ୍ରକାରର ଚାରା ପ୍ରଦାନ କରାଯାଇଥିଲା । ଏହି ପରୀପ୍ରେକ୍ଷୀରେ ସମାଜସେବା,ପରିବେଶ ସୁରକ୍ଷାରେ ବ୍ରତୀ ଏବଂ ଉତ୍ତମ କାର୍ଯ୍ୟ ଦକ୍ଷତା ନେଇ ବେଗୁନିଆପଡ଼ା ଥାନା ଅଧିକାରୀ ଭଗବାନ ପୂଜାରୀ,ବ୍ରହ୍ମପୁର ର ସମାଜସେବୀ ରାଜୀବ କୁମାର ମିଶ୍ର, ସାନ ଉସ୍ତାପଡ଼ା ର ସୁଧାଂଶୁ ଶେଖର ପ୍ରଧାନଙ୍କୁ ମାନପତ୍ର,ଉପଢୌକନ,ପୁଷ୍ପ ଗୁଚ୍ଛ ଆଦି ପ୍ରଦାନ କରି ସମ୍ବଦ୍ଧନା ପ୍ରଦାନ କରାଯାଇଥିଲା ।

ରିପୋର୍ଟ୍ -ସୂର୍ଯ୍ୟନାରାୟଣ ବଡୁ

Comments (0)
Add Comment