ସ୍ବଛ ଶାସନରେ ଭ୍ରଷ୍ଟ ବ୍ଯବସ୍ଥା,ଯନ୍ତ୍ରୀ ମାନଙ୍କ ଏମବି ଲେଖନ୍ତି ଖଲାସି !

ବ୍ରହ୍ମପୁର,୦୯/୦୧(ପିପିଟି); ଗଞ୍ଜାମ ଜିଲ୍ଲାରେ ଦୁର୍ନୀତିର ଚେର ଅତି ଗଭୀର । ଶିକ୍ଷା,ସ୍ବାସ୍ଥ୍ୟ,ପନୀୟ ଜଳ,ଗମନାଗମନ,ଜଳସେଚନ ଓ ମନରେଗା ଭଳି ସବୁ ଯୋଜନାରେ ଦୁର୍ନୀତି । ଦୁର୍ନୀତି ବନ୍ଦ ହେବାର ନାମ ନେଉ ନାହିଁ ବରଂ ସରଳୀକରଣ ଚାଲିଛି । ଦୁର୍ନୀତି ବିରୁଦ୍ଧରେ ଜିରୋ ଟଲରେନ୍ସ ଏବଂ ମୋ ସରକାର ଏକ ମାଇଣ୍ଡ୍ ଗେମ୍ । ଗ୍ରାମ୍ଯ ଜଳ ଯୋଗାଣ ଓ ପରିମଳ ବିଭାଗ ବ୍ରହ୍ମପୁର ଡିଭିଜନରେ କୋଟି କୋଟି ଟଙ୍କା ଟଙ୍କାର ଦୁର୍ନୀତି କିନ୍ତୁ ତଦନ୍ତ କରିବାକୁ ସରକାର ପଛଘୁଞ୍ଚା କଣ ପାଇଁ ବୋଲି ସାଧାରଣରେ ଆଲୋଚନା ହେଉଛି । ଗ୍ରାମ୍ଯ ଜଳ ଯୋଗାଣ ଓ ପରିମଳ ବିଭାଗ ବ୍ରହ୍ମପୁର ଡିଭିଜନରେ ଜଣେ ଖଲାସି ବର୍ତ୍ତମାନ ଫିଟର ମିସ୍ତ୍ରୀ ଅଧିକାଂଶ ଯନ୍ତ୍ରୀଙ୍କ ଏମବି ଲେଖନ୍ତି । ଯନ୍ତ୍ରୀ ମାନଙ୍କୁ ଏମବି ଲେଖି ଆସେ ନାହିଁ କିନ୍ତୁ ଦୁର୍ନୀତିକୁ ସରଳୀକରଣ କରିବାରେ ମାହିର ଅଟନ୍ତି । କିଛି ଯନ୍ତ୍ରୀ ଖଲାସି ନାମରେ ପ୍ଲଟ୍ କଣିଥିବା  ନେଇ ରାସ୍ତା ଘାଟ ଚର୍ଚ୍ଚା ଜୋର ଧରିଛି  । ଫିଟର ମିସ୍ତ୍ରୀ ଟେଣ୍ଡର ଫିକ୍ସିଂ କରିବା ସହିତ ନିଜ ସ୍ତ୍ରୀ ନାମରେ ଟେଣ୍ଡର ନେଇ କାର୍ଯ୍ୟ କରୁଥିବା ଶୁଣିବାକୁ ମିଳୁଛି । ଏହି ଟେଣ୍ଡର ହାତେଇବା ପଛରେ ନିର୍ବାହୀ ଯନ୍ତ୍ରୀଙ୍କ ବିନା ଆର୍ଶୀବାଦରେ ସମ୍ଭବ ନୁହେଁ । ଗ୍ରାମ୍ଯ ଜଳ ଯୋଗାଣ ଓ ପରିମଳ ବିଭାଗ ବ୍ରହ୍ମପୁର ଡିଭିଜନରେ ଦୁର୍ନୀତି  ତଦନ୍ତ ନହେବା ପଛରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ବ୍ରହ୍ମପୁର ଭିଜିଲାନ୍ସ ଏସପିଙ୍କ ସହାନୁଭୂତି କାର୍ଯ୍ୟ କରୁଥିବା ନେଇ ଚର୍ଚ୍ଚା ଶୁଣିବାକୁ ମିଳୁଛି । ଏହା କେତେଦୂର ସତ୍ୟ ତଦନ୍ତ ସାପେକ୍ଷ । ମୁଖ୍ୟମନ୍ତ୍ରୀ ନିଜ ଜିଲ୍ଲାରେ କଣ ଘଟୁଛି ତାଙ୍କୁ ଅନ୍ଧକାର ମଧ୍ୟରେ କିଏ ରଖୁଛି ? ଏହି ଭଳି ଆନେକ ପ୍ରଶ୍ନ ଉଠୁଛି ।

Comments (0)
Add Comment