ସ୍ପ୍ରେଡ ହେପିନେସ ଫାଉଣ୍ଡେସନ ଓ ସ୍ବାତୀ ଏନ୍.ଜି.ଓ ତରଫରୁ ବିଶ୍ବ ପରିବେଶ ଦିବସ ପାଳନ ଏବଂ ବୃକ୍ଷରୋପଣ ।

ଭଞ୍ଜନଗର,୦୫/୦୬(ପିପିଟି): ବିଶ୍ବ ପରିବେଶ ଦିବସ ପାଳନଅବସରରେ ପ୍ରମୁଖ ଅଗ୍ରଣୀ ସ୍ବେଚ୍ଛାସେବୀ ତଥା ବେସରକାରୀ ଅନୁଷ୍ଠାନ ସ୍ପ୍ରେଡ ହେପିନେସ ଫାଉଣ୍ଡେସନ,ପୁନେ ମହାରାଷ୍ଟ୍ରର ଓଡିଶା ଶାଖା ଏବଂ ଭଞ୍ଜନଗରର ସ୍ବାତୀ ଅନୁଷ୍ଠାନର ମିଳିତ ଆନୁକୁଲ୍ୟରେ ବୃକ୍ଷରୋପଣ ସହ କୋଭିଡ ମାହାମାରୀ ସମ୍ବନ୍ଧୀୟ ଗୋଷ୍ଠୀ ସଚେତନତା ,ମାସ୍କ ଓ ସାନିଟାଇଜର ବଣ୍ଟନ ପରି ପ୍ରମୁଖ କାର୍ଯ୍ୟକ୍ରମ କୋଭିଡ ଗାଇଡଲାଇନ ପାଳନ ପୂର୍ବକ ଭଞ୍ଜନଗର ବ୍ଳକର ଦଦରାଲୁଣ୍ଡା ପଞ୍ଚାୟତ ଅଧିନସ୍ଥ ପଇତା ଗାଁରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ଥାନୀୟ ବନ ସଂରକ୍ଷଣ ସମିତିର ସଭାପତି ପ୍ରସନ୍ନ କୁମାର ମିଶ୍ର ତଥା ଗ୍ରାମବାସୀ ପୂର୍ଣ୍ଣମାତ୍ରାରେ ସହଯୋଗ କରିବା ସହ ବନ ବିଭାଗ ତରଫରୁ ମିଳିଥିବା ଚାରା ରୋପଣ କରିବା ସହ ସେଗୁଡିକ ସୁରକ୍ଷା ପାଇଁ ଶପଥ ନେଇଛନ୍ତି । ସ୍ପ୍ରେଡ ହେପିନେସ ଫାଉଣ୍ଡେସନର ସଭାପତି ସୌମ୍ୟ ରଞ୍ଜନ ମହାପାତ୍ର, ଓଡିଶା କୋଡିନେଟର ତ୍ରିନାଥ ବେହେରା, ସମାଜସେବୀ ଅଖିଳ କୁମାର ଜେନା, ବଦ୍ରିନାଥ ପାତ୍ର, କରନ ମୋଟର ସିଇଓ ସୁନୀଲ କୁମାର କର,ଅସିମ ରାଓ, ସ୍ବାତୀ ଅନୁଷ୍ଠାନର ସଂପାଦକ ଆଶୁତୋଷ ଭୋଇ, ପଙ୍କଜିନୀ ଭଦ୍ରା,ଫରେଷ୍ଟର ରାମେଶ୍ବରୀ ସାହୁ,ଫରେଷ୍ଟ ଗାଡ ବୁଲୁ ନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଲୋକଙ୍କୁ ବୃକ୍ଷର ଆବଶ୍ୟକତା, ଜଙ୍ଗଲ ନଷ୍ଟ ନ କରି ଏହାର କିପରି ଯତ୍ନ ନେବା ଓ ବର୍ତ୍ତମାନ କୋଭିଡ ପରିସ୍ଥିତିରେ ଅମ୍ଳଜାନ ଅଭାବ ମେଣ୍ଟାଇବାରେ ବୃକ୍ଷର ଗୁରୁତ୍ବପୂର୍ଣ୍ଣ ଭୂମିକାକୁ ଆଲୋଚନା କରିଥିଲେ । ଏହି ଅବସରରେ କୋଭିଡ ମହାମାରୀରୁ ରକ୍ଷା ପାଇବାକୁ ହେଲେ ବାରମ୍ବାର ସାବୁନରେ ହାତ ଧୋଇବା,ସାନିଟାଇଜର ବ୍ୟବହାର କରିବା ସହ ଡବଲ ମାସ୍କର ବ୍ୟବହାର ଓ ସାମାଜିକ ଦୂରତ୍ବ ବଜାୟ ରଖିବା ଉପରେ ମଧ୍ୟ ଲୋକଙ୍କୁ ସଚେତନ କରାଯାଇଥିଲା
। ଅନ୍ୟମାନଙ୍କ ମଧ୍ୟରେ ଅଙ୍ଗନୱାଡି କର୍ମୀ ନମିତା ସେଠୀ ଫରେଷ୍ଟ ମୋବାଇଲ ୟୁନିଟ କୋଡିନେଟର ସୁନିଲ ପଣ୍ଡା, ମଧୁସୂଦନ ସ୍ବାଇଁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

(ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment