ସ୍କୁଲ ହତାରୁ ନର କଙ୍କାଳ ଠାବ, ପୋଲିସ ପକ୍ଷରୁ ଛାନଭିନ ଆରମ୍ଭ।

ବୋଲଗଡ଼,୨୩/୦୭(ପିପିଟି) :ବାଙ୍କୀ ବୈଦେଶ୍ଵର ଥାନା ଅଧିନସ୍ତ କଳାପଥର ଧଳାପଥର ଉଚ୍ଚ ବାଳକ ବିଦ୍ୟାଳୟର ହତା ମଧ୍ୟରେ ରହିଥିବା ପାଚେରୀ କଡ଼ ବରଗଛ ନିକରୁ ଠାବ ହୋଇଛି ନର କଙ୍କାଳ। ଘଟଣା ସ୍ଥଳରେ ଖବରପାଇ ବୈଦେଶ୍ଵର ପୋଲିସ ପହଞ୍ଚିଥିଲା। ଏ ନର କଙ୍କାଳ କାହାର ବୋଲି ଚର୍ଚ୍ଚା ହେଉଛି। ମିଳିଥିବା ନର କଙ୍କାଳ କୁ ଜବତ କରି ପୋଲିସ ଆରମ୍ଭ କରିଛି ଛାନଭିନ। ପୋଲିସ ତଦନ୍ତ ହିଁ ସ୍ପଷ୍ଟ କରିବ ଏ ନର କଙ୍କାଳ ଟି କାହାର।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Comments (0)
Add Comment