ସ୍କୁଲ ପାଖରେ ମଦ ଦୋକାନକୁ ନେଇ ଅସନ୍ତୋଷ ।

ଶେରଗଡ,୦୩/୧୧(ପିପିଟି): ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ଶେରଗଡ ବ୍ଲକର ଶେରଗଡ ଗ୍ରାମପଞ୍ଚାୟତ ସ୍ଥିତ ବାଲି ସାହିରେ ଥିବା ମଦ ଦୋକାନ କୁ ନେଇ ଅସନ୍ତୋଷ ଦେଖାଦେଇଛି କାରଣ ଠିପି ବନ୍ଦ ବିଦେଶୀ ମଦ ଦୋକାନଟି ସରକାରୀ ପ୍ରାଥମିକ ବିଦ୍ୟାଳୟଠୁ ମାତ୍ର ଶହେ ମିଟର ଦୂରରେ ଅବସ୍ଥିତ ଏହାର କୁପ୍ରଭାବ ଛୋଟ ଛୋଟ କୋମଳମତି ଶିଶୁଙ୍କ ଭବିଷ୍ୟତ ଉପରେ ଖରାପ ପ୍ରଭାବ ପକାଇବ ପ୍ରକାଶ ଥାଉକି ସରକାରଙ୍କ ଗାଇଡଲାଇନ ଅନୁସାରେ ସ୍କୁଲ, କଲେଜ,ମନ୍ଦିର ଓ ମେଡିକାଲ ଠାରୁ ପାଞ୍ଚଶହ ମିଟର ଦୂରରେ ମଦ ଦୋକାନ ଟି ରହିବା କଥା କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ସବୁ ନିୟମକୁ ଫୁ କରି ଉଡାଇଦିଆଯାଉଛି। ନା ପ୍ରସାଶନିକ ଅଧିକରୀ ନା ଅବକାରୀ ବିଭାଗ କାହାରି ନଜରରେ ପଡୁନାହିଁ। ଏହି ରାସ୍ତା ଦେଇ ସହ ସହ ଲୋକ ମେଡ଼ିକାଲ, କଲେଜ ଓ ଥାନାକୁ ଯାଉଛନ୍ତି ଏଣୁ ଦେଖିବାକୁ ବାକି ରହିଲା ମଦ ଦୋକାନଟିଏ ସ୍କୁଲ ପାଖରୁ କେବେ ହଟିବ ପ୍ରଶାସନ କେବେ ତତ୍ପରତା ଦେଖାଇବ ।
(ରିପୋର୍ଟ ସୌଜନ୍ଯ- ଭିକୁ ନାୟକ। )

Comments (0)
Add Comment