ସ୍କୁଲ ପରିସରରେ କେନ୍ଦୁପତ୍ର ଶୁଖାଯିବାକୁ ନେଇ ଅସନ୍ତୋଷ ।

ଉଲୁଣ୍ଡା,୦୭/୦୫(ପିପିଟି); ସରକାରୀ ସ୍କୁଲ ପରିସରରେ ପାଠପଢା ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟ ନ କରିବାକୁ ସରକାରଙ୍କ ସ୍ପଷ୍ଟ ନିର୍ଦ୍ଦେଶ ସତ୍ତ୍ୱେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କାଦୋଦର ଉମାଦେବୀ ଵିଦ୍ୟା ମନ୍ଦିର ପରିସରରେ କେନ୍ଦୁପତ୍ର ଶୁଖା ଯାଇଥିବାରୁ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।ବର୍ତମାନ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ସରକାର ସମସ୍ତ ସ୍କୁଲଗୁଡିକୁ ବନ୍ଦ ରଖିଥିବାବେଳେ ଏହାର ସୁଯୋଗ ନେଇ କଦୋଦର ଉମାଦେବୀ ବିଦ୍ୟମନ୍ଦିର ସ୍କୁଲ ପରିସରରେ କେନ୍ଦୁପତ୍ର ବିଭାଗର କର୍ମଚାରୀ ମାନେ କେନ୍ଦୁପତ୍ର ସୁଖାଇଥିବା ଦେଖିବାକୁ ମିଳିଛି । ଏହାକୁ ସୁଖାଇବା ଓ ସାଇତି ରଖିବା ପାଇଁ ସ୍ୱତନ୍ତ୍ର ପଡିଆ ଓ ଫଡ଼ିଘର ରହିଥିଲେ ମଧ୍ୟ ସ୍କୁଲ ପରିସରରେ କେନ୍ଦୁପତ୍ର ସୁଖାଇବା ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦେଖାଦେଇଛି ।

(ରିପୋର୍ଟ- ଶାନ୍ତୁନୁ କୁମାର କର୍ଣ୍ଣ। )

Comments (0)
Add Comment