ସ୍କୁଟିକୁ ଧକ୍କା ଦେଲା ବାଇକ୍ ।

ବେଲଗୁଣ୍ଠା,୨୬/୦୬(ପିପିଟି):ଆଜି ସନ୍ଧ୍ୟା ୭ଘଣ୍ଟ ତିରିଶ୍ ମିନଟ୍ ସମୟରେ ଭଂଜନଗର ପଟରୁ ଆସୁଥିବା ଏକ ସ୍କୁଟି ଯାହାର ନମ୍ବର OD32C 3446 ବେଲଗୁଣ୍ଠା ଆସୁଥିବା ବେଳେ ପଛ ପଟୁ ଦୃତ ଗତିରେ ଆସୁଥିବା ଏକ ହିରୋହୋଣ୍ଡା ବାଇକ୍ ଯାହାର ନମ୍ବର OD32 G 2445 ସ୍କୁଟିକୁ ଧକା ଦେଇଥିଲା । ଘଟଣା ସ୍ଥଳରେ ଉଭୟ ଚାଳକ ଓ ପଛରେ ବସିଥିବା ଲୋକ ଛିଟିକି ତଳେ ପଡ଼ିଯାଇ ଗୁରୁତର ଆହତ ହୋଇଥିଲେ । ବାଇକ୍ ଚାଳକ ଜଣଙ୍କ ବାବୁ ନାୟକ (୪୩) ଏବଂ ପଛରେ ବସିଥିବା ଲୋକ କାର୍ତ୍ତିକ ସେଠୀ (୩୮) ବୋଲି ଜଣା ପଡିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଆହତ ମାନଙ୍କୁ ବେଲଗୁଣ୍ଠା ମେଡିକାଲ୍ କୁ ପଠାଇଥିବା ଜଣା ପଡ଼ିଛି ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Comments (0)
Add Comment