ସ୍କାଉଟ ଛାତ୍ରଙ୍କ ଦ୍ୱାରା ଭୋଟରଙ୍କୁ ପାଣି,ମାସ୍କ ଓ ସାନିଟାଇଜର ବଣ୍ଟନ ।

ଭଞ୍ଜନଗର,୨୪/୦୨(ପିପିଟି): ଭଞ୍ଜନଗର ବ୍ଲକରେ ଗୁରୁବାର ଅନୁଷ୍ଠିତ ଶେଷ ପର୍ଯ୍ୟାୟ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସାନ କୋଦଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଡାପଦର ଠାରେ ନୋଡାଲ ଉଚ୍ଚ ବିଦ୍ୟାଳୟରେ ବୀର ଚକରା ବିଷୋୟୀ ଭାରତ ସ୍କାଉଟ ଛାତ୍ର ମାନଙ୍କ ତରଫରୁ ଆସିଥିବା ଭୋଟର ମାନଙ୍କୁ ସାନିଟାଇଜର, ମାସ୍କ ସହ ପିଇବା ପାଣି ଗାଇଡ଼ ଶିକ୍ଷକ ହୃଷିକେଶ ନାୟକଙ୍କ ନେତୃତ୍ୱ ରେ ପ୍ରଦାନ କରାଯାଇଥିଲା । ଏହାକୁ ପ୍ରଧାନ ଶିକ୍ଷକ ସଚ୍ଚିଦାନନ୍ଦ ପ୍ରଧାନ ଉଦ୍‌ଘାଟନ କରିଥିବାବେଳେ ଶିକ୍ଷକ ପ୍ରବୀଣ କୁମାର ଜେନା, ଅବସରପ୍ରାପ୍ତ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗବନ୍ଧୁ ଜେନା, ସନ୍ତୋଷ କୁମାର ଜେନା, ଦୀପକ କୁମାର ଜେନା, କୃଷ୍ଣ ବିଷୋୟୀ, ମୋତିଲାଲ ବିଷୋୟୀ, ସୁରେଶ ବିଷୋୟୀ ପ୍ରମୁଖ ଏଥିରେ ସହଯୋଗ କରିଥିଲେ ।
(ରିପୋର୍ଟ-ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment