ବୋଲଗଡ,୧୬/୦୭(ପିପିଟି):ଫକୀର ମୋହନ ୟୁନିଭରସିଟି ବାଲେଶ୍ୱରର ଛାତ୍ରୀ ସୌମ୍ୟଶ୍ରୀ ବିଶି ଙ୍କ ନିବେଦନ ପରେ ପ୍ରଶାସନ କିମ୍ବା ରାଜ୍ୟସରକାର ତାଙ୍କୁ ନ୍ୟାୟ ପ୍ରଦାନରେ ବିଫଳତା ଫଳରେ ସେ ଅସହାୟ ହୋଇ ନିଜ ଶରୀରରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲା l ଫଳରେ ତାର ଶରୀରର ୯୦ପ୍ରତିଶତ ଜଳିଯାଇଥିବା ବେଳେ ଗତ କାଲି ବିଳମ୍ବିତ ରାତ୍ରରେ ତାଙ୍କର ମୃତ୍ୟୁ ହୋଇଯାଇଛି l ଉକ୍ତ ସମ୍ବେଦନଶୀଳ ଘଟଣାକୁ ନେଇ ସାରା ରାଜ୍ୟ ହୁଲସ୍ତୁଲ ହେଉଥିବା ବେଳେ ତାଙ୍କର ଆତ୍ମାର ସଦଗତି କାମନା କରିବା ସହ ଉଚିତ ନ୍ୟାୟ ନିମନ୍ତେ ସମଗ୍ର ରାଜ୍ୟରେ ଶ୍ରଦ୍ଧାଞ୍ଜଳି ଓ ପ୍ରତିବାଦ ସଭା ହେଉଥିବା ବେଳେ ଆଜି ଉତ୍କଳୀୟମ ଫାଉଣ୍ଡେସନ ତରଫରୁ ଜାତୀୟ ମାନବିକ ଅଧିକାର କମିଶନ, ନୂଆଦିଲ୍ଲୀଙ୍କ ନିକଟରେ ଏକ ମାମଲା ରୁଜୁ ହୋଇଛି l (ଯାହାର ଡାଏରୀ କେଶ୍ ନଂ – 16641/IN/2025) ଅଟେ l ତତସହିତ ନିଜେ ଉତ୍କଳୀୟମ୍ ଫାଉଣ୍ଡେସନର ଅଧ୍ୟକ୍ଷ ତଥା ଯୁବ ଆଇନଜୀବି ରାଜୀବ ଲୋଚନ ପ୍ରଧାନ ହିଁ ଉକ୍ତ ଘଟଣାର ଜାତୀୟ ମାନବିକ ଅଧିକାର କମିଶନଙ୍କ କୋର୍ଟରେ ଅଭିଯୋଗକାରୀ ଅଟନ୍ତି ଓ ସେ କହିଛନ୍ତି “ଉତ୍କଳୀୟମ୍ ଫାଉଣ୍ଡେସନ ହେଉଛି ସର୍ବଦା ଅବହେଳିତଙ୍କ ସ୍ୱର ହୋଇ କାର୍ଯ୍ୟ କରୁଅଛି” l ତେଣୁ ଉକ୍ତ ସମସ୍ତ ଦୋଷୀଙ୍କ ବିରୋଧରେ ଆଇନତଃ କାର୍ଯ୍ୟାନୁଷ୍ଠାନ ସହ ମୃତକ ପରିବାରକୁ ପଚାଶ ଲକ୍ଷଟଙ୍କାର କ୍ଷତିପୂରଣ ପାଇଁ ଉତ୍କଳୀୟମ୍ ଫାଉଣ୍ଡେସନ ତରଫରୁ ନ୍ୟାୟାଳୟ ରେ ପାର୍ଥନା ହୋଇଅଛି l
ସମ୍ବାଦଦାତା-ସୁଶାନ୍ତ କୁମାର ପ୍ରଧାନ।