ସୌନ୍ଦର୍ଯ୍ୟର ଗନ୍ତାଘର ମଣ୍ଡନଗିରି ବଣଭୋଜି ପାଇଁ ମଣ୍ଡନଗିରି ପାଦଦେଶ ପାଲଟିଛି ପ୍ରକୃଷ୍ଟ ସ୍ଥଳ।

ଖୋର୍ଦ୍ଧା/ ବୋଲଗଡ଼,୩୦/୧୨(ପିପିଟି): ନୀଳ ଆକାଶ ତଳେ ଘଞ୍ଚ ଜଙ୍ଗଲ । ଭଳି କି ଭଳି ଗଛଲତାର ଅପରୂପ ଆକର୍ଷଣ । ପାହାଡ଼ ଉପରେ ରଜ୍ୟlଭିଷେକ ବେଶରେ ପୂଜା ପାଉଛନ୍ତି ପ୍ରଭୁ ଶ୍ରୀରାମ ଚନ୍ଦ୍ର । ପାହଡ଼ର ପାଦଦେଶରୁ ୧୧୫୦ ଫୁଟ ଉପରେ ମନ୍ଦିର ଅବସ୍ଥିତ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକରେ ଥିବା ମୁଣ୍ଡନଗିରି ବା ମୁଣ୍ଡିଆପଡ଼ା ପାହାଡ଼ ଉପରେ ଥିବା ଏ ପର୍ଯ୍ୟଟନ ସ୍ଥଳୀର ପ୍ରାକୃତିକ ପରିବେଶ ସୌନ୍ଦର୍ଯ୍ୟକୁ ଆକର୍ଷଣ କରିଥାଏ । ମୁଣ୍ଡିଆପଡା ର ପାଦଦେଶରେ ଥିବା ମା ବୁଢିଦେଇ । ସିଂହ ନାଦ ଡ୍ୟାମ୍ ବଣ ଭୋଜି କରିବା ପାଇଁ ପ୍ରକୃଷ୍ଟ ସ୍ଥଳ ପାଲଟି ଥିବାରୁ ଏହି ସ୍ଥାନରେ ବର୍ଷ ସାରା ଚଳ ଚଞ୍ଚଳ ହୋଇପଡିଛି ।ବିଶେଷ କରି ଡିସେମ୍ବର ମାସର ବଡ ଦିନ ଠାରୁ ଆରମ୍ଭ କରି ଜାନୁଆରୀ ମାସରେ ନୂଆବର୍ଷ ଦିନ ଚଳ ଚଞ୍ଚଳ ହୋଇ ଉଠିଥାଏ। ପାଠପଢା ପିଲାଙ୍କର ଧାନକଟା ଛୁଟି ହେତୁ ଏବଂ ଆଖପାଖ ଅଞ୍ଚଳ ସହିତ ଦୂରଦୂରାନ୍ତ ରୁ ମଧ୍ୟ ଦଳ ଦଳ ହୋଇ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀ ଓ ଲୋକ ନିଜ ନିଜର ବନ୍ଧୁବର୍ଗ ସହ ଆସି ବୁଢିଦେଇ ସିଂହନାଦ ଡ୍ୟାମ୍ କୁ ଆସି ଭ୍ରମଣ କରିବା ସହିତ ଭୋଜି ଭାତ ର ମଜା ଉଠାଇଥାନ୍ତି।ଏହା ସହିତ ଲୋକ ମାନେ ରଘୁନାଥ ଙ୍କୁ ଦର୍ଶନ କରିବା ସହିତ ପାଦଦେଶରେ ଥିବା କୃଷ୍ଣେଶ୍ୱର ମହାଦେବ,ମା ବୁଢିଦେଇ ଙ୍କୁ ଦର୍ଶନ କରି ଡ୍ୟାମ୍ ଓ ପାକୃତିକ ଭରା ବଣ ଜଙ୍ଗଲ ଭ୍ରମଣ ର ଆନନ୍ଦ ନେଇଥାନ୍ତି। କିନ୍ତୁ ପରିତାପ ର ବିଷୟ ଏଠାକୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ କୌଣସି ବସା ଉଠା କରିବାପାଇଁ ଘରଖଣ୍ଡିଏ ନାହିଁ। ଭୋଜି ଭାତ କରିବା ପାଇଁ ଡ୍ୟାମ୍ ପାଣି ଓ ଝରପାଣି ବ୍ୟବହାର କରିଥାନ୍ତି। ଏହାର ସମାଧାନ ନିମନ୍ତେ ପର୍ଯ୍ୟଟକ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । କିମ୍ବଦନ୍ତୀ କୁହେ କଳା , ସ୍ଥାପତ୍ୟ , ଐତିହ, ସଂସ୍କୃତି ଓ ପୌରlଣିକ କଥାକୁ ନେଇ ଅନେକ ଜନ ସୃତି ରହିଛି । ଚାରିପଟେ ଘଞ୍ଚ ଜଙ୍ଗଲ । ସବୁଜ ବନାନୀ ମଧ୍ୟରେ ଏଠାରେ ପୂଜା ପାଉଛନ୍ତି ପ୍ରଭୁ ରାମଚନ୍ଦ୍ର , ଅନୁଜ ଲକ୍ଷ୍ମଣ , ଭରତ , ଶତ୍ରୁଘ୍ନ ସମେତ ପତ୍ନୀ ସୀତା ଓ ସଙ୍କଟମୋଚକ ମହାବୀର । ଏହି ପାହାଡ଼ର ପାଦଦେଶରୁ ୧୧୪୦ ଫୁଟ ଉଚ୍ଚତାରେ ଶିବା ଲିଙ୍ଗ ଆକୃତିର ୩ ଜିଲୋମିଟର ବ୍ୟାସାର୍ଦ୍ଧ ଉପରେ ମନ୍ଦିରଟି ଅବସ୍ଥିତ । ଜନଶ୍ରୁତି ରହିଛି ଯେ ପ୍ରଭୁ ରାମଚନ୍ଦ୍ର ବନବାସ ବେଳେ ଏଠାରେ କିଛି ସମୟ ବିତାଇଥିଲେ ଏଠାରେ ତାଙ୍କର ପାଦ ଚିହ୍ନ ଥିବା ବେଳେ ଆଉ କେତେକ ସ୍ଥାନରେ ପଥର ଉପରେ ଶ୍ରୀରାମଙ୍କ ଆଣ୍ଠୁ ଚିହ୍ନ ରହିଛି । ମନ୍ଦିର ସମ୍ମୁଖରେ ମହାବୀର ଏବଂ ଗରୁଡ଼ ପୂଜା ପାଉଛନ୍ତି । ପର୍ବତ ଶୀର୍ଷରେ ଏକ ପୋଖରୀ ଥିବା ବେଳେ ସlଧୁସନ୍ଥଙ୍କ ରାଜସଭା ମଧ୍ୟ ରହିଛି । ଏକ ବିରଳ ଗଛ ପଥର ଉପରେ ବିଛାଡ଼ି ରହିବା ଏହି ପୀଠର ଅନ୍ୟତମ ଆକର୍ଷଣ । ସ୍ଥାନୀୟ ପୂଜକଙ୍କ କହିବା ଅନୁଯାୟୀ ଏଭଳି ଦୃଷ୍ୟ କେବଳ ହିମାଳୟ ପର୍ବତରେ ଦେଖିବାକୁ ମିଳିଥାଏ । ଏହାକୁ ସେ ପାଶାଣ ଭେଦି ବୃକ୍ଷ କହୁଥିବା ବେଳେ ସ୍ଥାନୀୟ ଲୋକେ ମୃତସଂଜୀବନୀ ବୃକ୍ଷ ବୋଲି କୁହନ୍ତି। ପର୍ବତରେ ଅନେକ ଗୁମ୍ଫା ରହିଛି ।ଏହି ଜଙ୍ଗଲ ପରିବେଶ ମଧ୍ୟରେ ପିଆଶାଳ , କାଠ ଚମ୍ପା, ଶାଗୁଆନ , ଶାଳ , ଆମ୍ୱ ଏବଂ ବହୁ ଔଷଧୀୟ ଗଛ ମାନ ପାହାଡ଼ରେ ଭରି ରହିଛି । ଜଙ୍ଗଲ ଭିତରେ ମା ‘ ବନଦୁର୍ଗା ପୂଜା ପାଉଛନ୍ତି । ମନୋରମ ପରିବେଶ ମଧ୍ୟରେ ସାଧୁସନ୍ଥଙ୍କ ଆଶ୍ରମ ଏବଂ ଯଜ୍ଞ ମଣ୍ଡପ ଭଳି ବହୁ ଆକର୍ଷଣୀୟ ଦର୍ଶନୀୟ ସ୍ଥାନ ରହିଛି । ପର୍ବତ ଶୀର୍ଷରେ ଏକେଦା ବହୁ ସାଧୁସନ୍ଥ ତପସ୍ୟାରେ ମଗ୍ନ ହୋଇଥିବାରୁ ପାହାଡ଼ର ନାମ ମୁଣ୍ଡିଆପଡ଼ା ହୋଇଛି ବୋଲି ଶୁଣାଯାଏ । କାଳକ୍ରମେ ତପସ୍ୟା ମଗ୍ନ ୠଷି ଈଶ୍ଵରପ୍ରାପ୍ତ ହେବା ପରେ ଏ ସ୍ଥାନ ଜନଶୂନ୍ୟ ହୋଇପଡ଼ିଲା । ପରବର୍ତ୍ତୀ ସମୟରେ ଅନ୍ୟ କିଛି ମୁନିଋଷି ଆସି ଏଠାରେ ପ୍ରଭୁଙ୍କ ପୂଜାର୍ଚ୍ଚନା କରୁଥିଲେ । ଏବେ ଜଣେ ସାଧୁ ମନ୍ଦିର ରକ୍ଷଣାବେକ୍ଷଣ କରୁଛନ୍ତି । ମଣ୍ଡନଗୀରୀର ବହୁ ବର୍ଷଧରି ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଥିଲେ ମଧ୍ୟ ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଯାଇଛି ।ଏହି ମଣ୍ଡନଗିରି ର ବିକାଶ କରା ଯିବା ପାଇଁ ସାଧାରଣରେ ଦାବି ହେଉଛି ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment