ସୋସିଆଲ ମିଡିଆରେ କାର୍ଯ୍ୟ କରୁଥିବା ବନ୍ଧୁ ମାନଙ୍କୁ ନେଇ କର୍ମଶାଳା ଓ ବନ୍ଧୁମିଳନ

ପୋଲସରା, ୨୭/୦୭(ପିପିଟି) : ପୋଲସରା ବ୍ଳକ ଅନ୍ତର୍ଗତ ଭାବରଡା ଗ୍ରାମ ସ୍ଥିତ ରାଆଣ୍ଡି ଜଳ ଭଣ୍ଡାର ଡାକବଙ୍ଗଳା ଠାରେ ସୋସିଆଲ ମିଡ଼ିଆରେ କାର୍ଯ୍ଯ କରୁଥିବା ବନ୍ଧୁ ମାନଙ୍କୁ ନେଇ ସୋସିଆଲ ଷ୍ଟାର ମିଟ୍ ଅପ୍ ବା ବନ୍ଧୁ ମିଳନ ସହିତ ସୋସିଆଲ ମିଡ଼ିଆ ଦ୍ବାରା ରୋଜଗାର କରିବା ପାଇଁ ଏକ ଦିନିଆ କର୍ମଶାଳା ୨୬/୦୭/୨୫ ତାରିଖ ଶନିବାର ଦିନ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ଯାଦୁକର ତଥା ସୋସିଆଲ ମିଡ଼ିଆ ପ୍ରଶିକ୍ଷକ ଜିତେନ୍ଦ୍ର କୁମାର ସାହୁଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ଆନ୍ତର୍ଜାତିକ ଚିତ୍ରଶିଳ୍ପୀ ଡକ୍ଟର ସ୍ଥିତଧୀ ରଥ, ସାମ୍ବାଦିକ ରୋହିତ ପ୍ରଧାନ ଓ ନିରଞ୍ଜନ ଶବର, ରଞ୍ଜନ ସାହୁ,ଡିସି ରାଇଡର ନରେନ୍ଦ୍ର ସାହୁ, ଶଙ୍କର ସାହୁ,ସୁଭେନ୍ଦୁ ସାହୁ, ସନ୍ଦୀପ ସାହୁ,ପୂର୍ଣ୍ଣ ପ୍ରଧାନ, ଖୁସି ପ୍ରଧାନ,ସତ୍ଯବାନ ପ୍ରଧାନ,ସୁଭମ ସାହୁ, ବିଦ୍ୟାଧର ସାହୁ ସମେତ ଅଞ୍ଚଳର ବିଭିନ୍ନ ଖେତ୍ରରେ କାର୍ଯ୍ଯ କରୁଥିବା ବହୁ କଳାକାର ଯୋଗଦେଇଥିଲେ। କଳାକାର ମାନଙ୍କ ମଧ୍ୟରେ ବନ୍ଧୁ ମିଳନ ହେବା ସହିତ ଏକ କର୍ମଶାଳା ହୋଇଥିବା ବେଳେ ଯାଦୁକର ଶ୍ରୀସାହୁ ଓ ଡକ୍ଟର ଶ୍ରୀ ରଥ ସୋସିଆଲ ମିଡ଼ିଆ ଫେସବୁକ,ଇନଷ୍ଟ୍ରାଗ୍ରାମ,ହ୍ବାର୍ଟଅପ, ଟେଲିଗ୍ରାମ ଓ ୟୁଟ୍ୟୁବରେ କାର୍ଯ୍ୟକରୀ କିଭଳି ଭାବେ ରୋଜଗାରକ୍ଷମ ହୋଇପାରିବେ ତାହାକୁ ନେଇ ବୁଝାଇଥିଲେ। ଜିତେନ୍ଦ୍ର କୁମାର ସାହୁ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଡକ୍ଟର ସ୍ଥିତଧୀ ରଥ ସଂଯୋଜନା କରିଥିବା ବେଳେ ସମସ୍ତ ସୋସିଆଲ କାର୍ଯ୍ଯ କରୁଥିବା ବନ୍ଧୁ ମାନେ ସହଯୋଗ କରିଥିଲେ।ପରିଶେଷରେ ଭାବର ଆଦାନପ୍ରଦାନ କରିବା ସହ ସୁଧ ଶାକାହାରୀ ସୁସ୍ବାଦୁ ଖାଦ୍ୟର ମଜା ଉଠାଇଥିଲେ।

ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା

Comments (0)
Add Comment