ସୋରାଦେବୀ ମନ୍ଦିର ନିକଟରୁ ଗଞ୍ଜେଇ ସହ ଜଣେ ଗିରଫ ।

ଭଞ୍ଜନଗର,୩୦/୦୬(ପିପିଟି): ଭଞ୍ଜନଗର ନିକଟ ସୋରାଦେବୀ ମନ୍ଦିର ନିକଟରୁ ବୁଧବାର ସକାଳେ ଜଣେ ଯୁବକ କୁ ଚୋରା ଗଞ୍ଜେଇ ଚାଲାଣ ଅଭିଯୋଗରେ ପୋଲିସ ଗିରଫ କରିଛି। ଏସ.ଆଇ ମୋହନ କହଁର ଅନ୍ୟ ପୋଲିସ କର୍ମଚାରୀ ସହ ପେଟ୍ରୋଲିଂ କରୁଥିବା ବେଳେ ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ସେଠାରୁ ସନ୍ଦେହରେ ଜଣେ ଯୁବକ ଏକ ହଳଦିଆ ରଙ୍ଗର ଜରି ବସ୍ତା ସହ ବସକୁ ଅପେକ୍ଷା କରିଥିବା ଦେଖି ତଲାସୀ ନେବାରେ ସେଥିରୁ ଗଞ୍ଜେଇ ଥିବା ଜଣାପଡିଥିଲା।ଉକ୍ତ ଯୁବକକୁ ଗିରଫ କରିବା ସହ ଗଞ୍ଜେଇକୁ ଜବତ କରାଯାଇଛି। ଯୁବକ ଜଣକ ହେଲେ ଭଞ୍ଜନଗର ଏନ୍ଏସି ମାର୍କେଟ ଅଞ୍ଚଳର ମହମଦ ଇମ୍ରାନ ଓରଫ ଏମୁ(୨୯)।ବ୍ୟବସାୟ ଉଦ୍ଦେଶ୍ୟରେ ଏମୁ ସେହି ଗଞ୍ଜେଇକୁ ବ୍ରହ୍ମପୁର ନେବା ପାଇଁ ଚେଷ୍ଟା କରୁଥିଲା। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସେହି ଜରିରୁ ୨୨ କିଲୋ ୭୬୦ ଗ୍ରାମ ଗଞ୍ଜେଇ ଥିବା ଜଣାପଡ଼ିଛି।ଏହି ଘଟଣା ରେ ଭଞ୍ଜନଗର ଥାନା କେସ ନଂ ୩୧୮/୨୨ ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଧିରେସ କୁମାର ଦାସ କହିଛନ୍ତି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment