ସୁବର୍ଣ୍ଣପୁର,୨୮/୦୮(ପିପିଟି) : ଆଜି ଦିନ ୧୧ଟା ରେ ସୋନପୁର ମହାବିଦ୍ୟାଳୟ ଠାରେ ଅଧ୍ୟକ୍ଷ ପ୍ରଫେସର ରାଜୀବଲୋଚନ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ ହୋଇଯାଇଛି। ଏହି ସଭାରେ ମୁଖ୍ୟବକ୍ତା ଭାବରେ ବୀରମହାରାଜପୁର ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପିକା ଯାମିନୀ ଦାଶ ଯୋଗଦେଇ ଗଙ୍ଗାଧର ମେହେର ସତ୍ୟ, ଶିବ ସୁନ୍ଦରର ଉପାସକ ତଥା ଜଣେ ବିଜ୍ଞାନସମ୍ମତ କବି ଥିଲେ ବୋଲି ମତବ୍ୟକ୍ତ କରିଥିଲେ। ଉପାଧ୍ୟକ୍ଷ ପ୍ରଫେସର ଅଶ୍ୱିନୀ କୁମାର ହୋତା, ଇଂରାଜୀ ବିଭାଗ ମୁଖ୍ୟା ପ୍ରାଧ୍ୟାପିକା ଡକ୍ଟର କଳ୍ପନା ମିଶ୍ର ଅତିଥି ରୂପେ ଯୋଗ ଦେଇଥିବା ବେଳେ ଓଡ଼ିଆ ବିଭାଗ ମୁଖ୍ୟ ଡକ୍ଟର ସୌରଭ ରଞ୍ଜନ ଖମାରୀ ଗଙ୍ଗାଧର ଙ୍କ ସ୍ମୃତିଚାରଣ ସହ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ। ସଭାର ସରସ ସୁନ୍ଦର ସଂଯୋଜନା ଛାତ୍ରୀ ରୁବି ବେହେରା କରିଥିବା ବେଳେ ଓଡ଼ିଆ ବିଭାଗର ଛାତ୍ରୀମାନେ ପ୍ରାରମ୍ଭିକ ସଂଗୀତ ରୂପେ ଗଙ୍ଗାଧରଙ୍କ ବିଶ୍ଵଦେଖ ମଧୁମୟ ଗୀତକୁ ଗାନ କରିଥିଲେ। ଏହି ସଭାରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ବହୁ ଅଧ୍ୟାପକ ଅଧ୍ୟାପିକା ଯୋଗଦେଇ ସଭାକୁ ସଫଳ ଓ ସୁନ୍ଦର କରିଥିଲେ। ଅଧ୍ୟାପକ ଧୀରେନ୍ଦ୍ର କୁମାର ମିଶ୍ର, ଅଧ୍ୟାପକ ଡକ୍ଟର ରାଜେନ୍ଦ୍ର ରଣା, ଅଧ୍ୟାପିକା ଇତିଶ୍ରୀ ଦାସ ବିଶେଷ ସହାୟତା କରିଥିବାବେଳେ ଓଡ଼ିଆ ଅଧ୍ୟାପକ ଡକ୍ଟର ମୀନକେତନ କୁମ୍ଭାର ଧନ୍ୟବାଦ ଅର୍ପଣ କରିଥିଲେ l
ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ