ସୋନପୁର ବ୍ଳକ ପକ୍ଷରୁ ଭୀମ ଭୋଇ ଖଲିଆପାଲି ଠାରେ ସ୍ବଚ୍ଛତା ଅଭିଯାନ ।

ସୁବର୍ଣ୍ଣପୁର ,୦୭/୦୪(ପିପିଟି ):ଓଡ଼ିଶା ସରକାର ଙ୍କ ଓଡ଼ିଆ ପକ୍ଷ ପାଳନ ଅବସରରେ ଷଷ୍ଠ ଦିନରେ ଦେବାଳୟ ଓ ଐତିହ୍ୟ ସ୍ଥଳୀ ଗୁଡିକର ସ୍ବଚ୍ଛତା ଅଭିଯାନ ଅନୁଷ୍ଟିତ ହୋଇଥିବା ବେଳେ ସୋନପୁର ବ୍ଲକ ପକ୍ଷରୁ ଭୀମଭୋଇ ଙ୍କ ସମାଧି ପୀଠ ମହିମା ଖଲିଆପାଲି ଠାରେ ସାମୁହିକ ସଫେଇ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ସୋନପୁର ବିଡିଓ ପ୍ରତୀକ କର ଙ୍କ ତତ୍ୱାବଧାନ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ଳକ ଡବ୍ଲୁଇଓ ସୌରଭ ଦାନୀ, ବିଆର୍ସି ବିବେକା ନନ୍ଦ ପଣ୍ଡା, ଜିପିଡିଓ ନନ୍ଦ କିଶୋର ରାଉତ,ଏଇ ସରୋଜ ଦୋରା, ପିଇଓ ଅଞ୍ଜଳି ପାଣିଗ୍ରାହୀ, ସଦାଶିବ ଧରୁଆ, ଏସଆରଏ ଅରବିନ୍ଦ ବାରିକ, ଜେଆରଏ ଅମର ଜିତ୍ ସାହୁ, ସରପଞ୍ଚ ପ୍ରତିନିଧି ସାନୁର୍ଜ ,ସମିତି ସଭ୍ୟ ପ୍ରତିନିଧି ସମୀର ବେହେରା ଙ୍କ ସମେତ ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳା, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ର କର୍ମକର୍ତା ତଥା ଗ୍ରାମବାସୀ ମାନେ ସାମିଲ ହୋଇଥିଲେ । ନିଜ ଘର, ସାହି, ଗାଁ, ସହର,ମନ୍ଦିର ପରିବେଶ କୁ ସ୍ବଚ୍ଛତା ଓ ସୁରକ୍ଷା ରଖି ଲୋକ ଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହାର ଲକ୍ଷ୍ୟ ବୋଲି ବିଡିଓ ଶ୍ରୀ କର ସମସ୍ତଙ୍କୁ ବୁଝାଇଥିଲେ ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Comments (0)
Add Comment