ସୋନପୁର ବ୍ଲକରେ ଆଜି ମତଦାନ :ମତଦାନ କରିବେ ୬୦୪୬୧ ।

ଉଲୁଣ୍ଡା,୧୮/୦୨(ପିପିଟି): ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟରେ ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ପାଇଁ ଆଜି ମତଦାନ ଆରମ୍ଭ ହୋଇଯାଇଛି । ଏହି ବ୍ଲକରେ ୧୪ଗୋଟି ପଞ୍ଚାୟତ ପାଇଁ ନିର୍ବାଚନ ହେଉଥିବାବେଳେ ପୁର୍ବରୁ କଳାପଥର ଗ୍ରାମ ପଞ୍ଚାୟତର ସରପଂଚ ପ୍ରାର୍ଥୀ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇ ସାରିଛନ୍ତି ।ତେବେ ୧୩ ଗୋଟି ପଂଚାୟତ ପାଇଁ ସରପଞ୍ଚ,୧୪ ଗୋଟି ପଞ୍ଚାୟତ ପାଇଁ ସମିତି ସଭ୍ୟ ଏବଂ ୨ ଗୋଟି ଜିଲ୍ଲା ପରିଷଦ ଜୋନ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି ।ଏଥିପାଇଁ ୭ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ,୫୧ ଜଣ ସରପଞ୍ଚ ପ୍ରାର୍ଥୀ,୪୪ ଜଣ ସମିତି ସଭ୍ୟ ପ୍ରାର୍ଥୀ ଏବଂ ୧୭୮ ଜଣ ୱାର୍ଡ ସଭ୍ୟ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇ ଆଜି ସେମାନେ ସେମାନଙ୍କର ଭାଗ୍ୟ ପରୀକ୍ଷା କରୁଛନ୍ତି । ତେବେ ଏଠାରେ ସର୍ବମୋଟ ୬୦୪୬୧ ମତଦାତା ପ୍ରାର୍ଥୀମାନଙ୍କର ଭାଗ୍ୟ ନିର୍ଧାରଣ କରୁଥିବାବେଳେ ୨୭ ଟି ସମ୍ବେଦନଶୀଳ ବୁଥ ରହିଛି ।ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତିଶୃଙ୍ଖଳାରେ ମଦଦାନ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଥିବା ସୂଚନା ଦିଆଯାଇଛି ।

(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)

Comments (0)
Add Comment