ସୋନପୁର ପୌରାଞ୍ଚଳରେ ଖାଦ୍ୟ ନିରାପତ୍ତା ସ୍କ୍ୱାର୍ଡର ଚଢାଉ।

ସୁବର୍ଣ୍ଣପୁର ,୧୨/୦୭(ପିପିଟି):ରାଜ୍ୟ ସରକାର ଙ୍କ ନିର୍ଦ୍ଦେଶ ରେ ସୋନପୁର ପୌରାଞ୍ଚଳ ହୋଟେଲ ଓ ରେଷ୍ଟୁରାଣ୍ଟ ଓ ଠେଲା ମାନଙ୍କ ରେ ଖାଦ୍ୟ ନିରାପତ୍ତା ଅଧିକାରୀ ଓ ସ୍ଵତନ୍ତ୍ର ଟିମ ଚଢ଼ାଉ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା ପ୍ରଦୀପ କୁମାର ହୋତା ଙ୍କ ନିର୍ଦେଶ କ୍ରମେ ଆଜି ଦିବା ୧୧ ଟା ରୁ ସନ୍ଧ୍ୟା ପର୍ଯ୍ୟନ୍ତ ସମସ୍ତ ହୋଟେଲ ରେଷ୍ଟୁରାଣ୍ଟ ମାନଙ୍କରେ ଖାଦ୍ୟ ନିରାପତ୍ତା ଅଧିକାରୀ ଓ ତାଙ୍କ ଟିମ ର ଚଢ଼ାଉ ଜାରି ରହିଥିଲା । ମୋଟ ୨୭ ଗୋଟି ଦୋକାନରେ ଖାଦ୍ୟ ର ମାନ ଯାଞ୍ଚ କରି ପାଣି ର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଗଲା । ବିଶେଷ କରି ବର୍ତ୍ତମାନ ପରସ୍ଥିତି ରେ ତରଳ ଝାଡା ରୋଗ ବ୍ୟାପିବାର ସମ୍ଭାବନା ଥିବାରୁ ଓ ଯାନିଯାତ୍ରା ଲାଗିରହୁଥିବାରୁ ଲୋକ ଭିଡ ରେ ସମସ୍ତଙ୍କୁ ବିଶୁଦ୍ଧ ପାନୀୟ ତଥା ତଟକା ଖାଦ୍ୟ ସବୁ ଦେବାକୁ କଡା ନିର୍ଦେଶ ଦିଆଗଲା । ଉକ୍ତ ଟିମ ରେ ଖାଦ୍ୟ ନିରାପତ୍ତା ଅଧିକାରୀ ସସ୍ମିତା ନାଏକ, ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ,ରାଜୀବ ପଧାନ, ପୋଲିସ ଟିମ ସବୁ ସାମିଲ ଥିଲେ. ଚଢ଼ାଉ ବେଳେ ବାସି ଖାଦ୍ୟ ସବୁ ନଷ୍ଟ କରାଗଲା । ଦୂଷିତ ଖାଦ୍ୟ ଓ ପାନୀୟ ଲୋକ ଙ୍କୁ ନଦେବା ପାଇଁ ତାଗିଦ କରାଗଲା ଓ ଯେ ଏହାର ଖିଲାପ କରିବେ ତାଙ୍କୁ ଉଚିତ ଦଣ୍ଡ ଦିଆଯିଵ ବୋଲି ଦୋକାନୀ ଙ୍କୁ ସତର୍କ କରାଗଲା । ପ୍ରକାଶ ଥାଉ କି ପୂର୍ବରୁ ଉଲୁଣ୍ଡା, ତରଭା ଡୁଙ୍ଗୁରିପାଲି ସହର ରେ ମଧ୍ୟ ଏହି ଟିମ ଦ୍ୱାରା ଚଢ଼ାଉ କରି ଖାଦ୍ୟ ର ମାନ ଯାଞ୍ଚ କରାଯାଇଛି । ଆଗକୁ ଜିଲ୍ଲା ର ବିଭିନ୍ନ ସହର ରେ ଅଚାନକ ଚଢ଼ାଉ କରାଯିବ ବୋଲି ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Comments (0)
Add Comment