ସୈରାତ ନିଲାମ ପୂର୍ବରୁ ତହସିଲଦାରଙ୍କ ଗାଙ୍ଗପୁର ଲଣ୍ଡା ପାହାଡ ଗସ୍ତ ।

ବେଲଗୁଣ୍ଠା, ୨୫/୧୧(ପିପିଟି); ସୈରାତ ନିଲାମ ପୂର୍ବରୁ ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରା ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ସ୍ଥିତ ଲଣ୍ଡା ପାହାଡ ସ୍ଥିତି ଅନୁଧ୍ୟାନ କରି ଏହାର ସୈରାତ ନିଲାମ ପ୍ରକ୍ରିୟାକୁ ରଦ୍ଦ କରିଦେଇଛନ୍ତି । ସୂଚନା ପ୍ରକାରେ ଗାଙ୍ଗପୁର ମୁଖ୍ୟ ସଡ଼କ ପାର୍ଶ୍ୱରେ ଥିବା ଲଣ୍ଡା ପାହାଡକୁ ସୈରାତ ନିଲାମ ପାଇଁ ଅଞ୍ଚଳର କିଛି ସଂଗଠନ ଆବେଦନ କରିଥିବା ବେଳେ ଆଜି ଏହି ପାହାଡ଼ର ସ୍ଥିତି ଅନୁଧ୍ୟାନ ପାଇଁ ଶ୍ରୀ ବେହେରା ଲଣ୍ଡା ପାହାଡ଼ ଗସ୍ତରେ ଯାଇଥିଲେ । କିନ୍ତୁ ଜନ ବସତି ଠାରୁ ୫୦୦ ମିଟର ପରିଧି ମଧ୍ୟରେ କୌଣସି ପାହାଡ଼ ସୈରାତ ନିଲାମ ହେବା ବେଆଇନ ହୋଇଥିବା ବେଳେ ଏହି ପାହାଡ଼ର ଅତି ନିକଟରେ ପନ୍ଦରରୁ ଉର୍ଦ୍ଧ୍ୱ ଜନ ବସତି, ବ୍ୟାଙ୍କ, ମେଡିକାଲ୍, ପେଟ୍ରୋଲ୍ ପମ୍ପ୍, ପଞ୍ଚାୟତ କାର୍ଯ୍ୟାଳୟ ଆଦି ଥିବାରୁ ତହସିଲଦାର ଶ୍ରୀ ବେହେରା ନିଲାମ ପ୍ରକ୍ରିୟାକୁ ରଦ୍ଦ କରିଦେଇଥିଲେ । ଆଜିର ଗସ୍ତ ସମୟରେ ତହସିଲଦାରଙ୍କ ସହିତ କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ କୁମର ବେହେରା, ଗାଙ୍ଗପୁର ବନପାଳ ଜି.ଭେଙ୍କଟ ରାଓ ଦୋରା, ରାଜସ୍ଵ ନିରୀକ୍ଷକ ଭେଙ୍କଟ ରାଓ , ଅମିନ୍ କୈଳାସ ଚନ୍ଦ୍ର ସେଠୀ ଏବଂ ସ୍ଥାନୀୟ ସରପଞ୍ଚ ସୁରେନ୍ଦ୍ର କୁମାର ଡାକୁଆ ଉପସ୍ଥିତ ଥିଲେ ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Comments (0)
Add Comment