ଝଡିଯିଵ କାଶତଣ୍ଡି
ଶୁଖିଯିବ ନଈ
ଆଶିଣ ମାସରେ ତା’ର
ଫେରିବାର ନାହିଁ ।
ଆକାଶ ଦିଶିବ ସଫା
ଦିଶିଵନି ମୁହଁ ଟି ତାହାର
ଗାଁ ଟା ଲାଗିବ ଫାଙ୍କା
ଗହଳିଆ ଲାଗିବ ସହର
ସେ ଆଉ ଫେରିବ ନାହିଁ
ଆଶିଣର କେଉଁ ତାରିଖରେ
କାଶତଣ୍ଡୀ ହସିବନି ନଈର ପଠାରେ ।
ସେ ଆଉ ଫେରିବନି
ଫେରୁଥିଵେ ପ୍ରବାସୀ ଦାଦନ
ସହରର ପଥଧାରେ
ଵଢୁଥିଵ ମୃତ୍ୟୁ ର ସ୍ପନ୍ଦନ
ବିଦ୍ରୋହୀ ହୋଇବେ ବନ୍ଧା
ଯେଣୁ ସିଏ ଫେରିବେନି ଆଉ
ଵଜାରରେ ଵଢୁଥିଵ
ଦୁଃଖଙ୍କର ଭାଉ ।
ସେ ଆଉ ଫେରିଵ ନାହିଁ
ବଢିଯିବ ଵେକାରୀର ବୋଝ
ଚାକିରି ହରାଇ କେତେ
ଶୁଝୁଥିଵେ ମୃତ୍ୟୁ ର କରଜ
କେତେ କେତେ ହତ୍ୟା ହେଵ
କେତେ ନାରୀ ନିଆଁ କୁ ଖୋଜିବେ
ସେ ଯେଣୁ ଆସିବ ନାହିଁ ଅଶିଣରେ
ସରକାର କଳ ଆଉ କାରଖାନା
ଶସ୍ତା ରେ ଵିକିଵେ ।
ସେ ଯେଣୁ ଆସିବ ନାହିଁ
ଵଢୁଥିଵ ଦରଦାମ ସବୁ
ମୃତ୍ୟୁ ର ଉଦଣ୍ଡ ନୃତ୍ୟ
ଶୁଭୁଥିଵ ନିଶ୍ଚେ ଚଉଦିଗୁ
ଵଢୁ ଥିବ ହାହାକାର
ଶୁଭୁଥିଵ ଵିକଳ ଚିତ୍କାର
ସେ ଯଦି ଆସନ୍ତା ଫେରି
ପୃଥିବୀ ଟା ହସି ହସି
ଖୋଜୁଥାନ୍ତା ଶ୍ୟାମଳ ସମ୍ଭାର ।
ଜିତେନ୍ଦ୍ରିୟ ବେହେରା
ଡଭାର, ଗୋପ, ପୁରୀ