ସେବା ସମବାୟ ସମିତି ତରଫରୁ ଗ୍ରାମାଞ୍ଚଳ ବ୍ୟାଙ୍କିଙ୍ଗ୍ ସେବା ଓ ଋଣ କର୍ମଶାଳା ।

ବେଲଗୁଣ୍ଠା,୨୫/୦୩(ପିପିଟି): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ବେଲଗୁଣ୍ଠା ସ୍ଥିତ ବିଜୁ ପଟ୍ଟନାୟକ ଟାଉନ ହଲ୍ ଠାରେ ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ୍ ଲିମିଟେଡ଼୍ ବେଲଗୁଣ୍ଠା ଶାଖା ଅଧୀନସ୍ଥ ୧୪ ଗୋଟି ସେବା ସମବାୟ ସମିତି ଲିଃ. ଆନୂକୂଲ୍ଯରେ ଏକ ଗ୍ରାମାଞ୍ଚଳ ବ୍ୟାଙ୍କିଙ୍ଗ୍ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରରିପ୍ରେକ୍ଷୀରେ ବେଲଗୁଣ୍ଠା ସେବା ସମବାୟ ସମିତି ସଭାପତି ସନ୍ତୋଷ କୁମାର ସୁବୁଦ୍ଧିଙ୍କ ଅଧ୍ୟକ୍ଷତା ତଥା ସମସ୍ତ ୧୪ ସେବା ସମବାୟ ସମିତିର ସଭାପତି ଓ ସମ୍ପାଦକଙ୍କ ସହଯୋଗରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ରୂପେ ଆସିକା ସମବାୟ ବ୍ୟାଙ୍କ୍ ଲିଃ. ମଙ୍ଗୁଳୁ ଧର ସାହୁ, ଉପସଭାପତି ଜ୍ୟୋତିପ୍ରଭା ନାୟକ,ବେଲଗୁଣ୍ଠା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ,ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ, ନଗରପାଳ ଫିରୋଜ କୁମାର ସେଠୀ,ଉପାଧ୍ୟକ୍ଷା ଟି.ବବିତା କୁମାରୀ,ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ୍ ଲିଃ. ସିଇଓ ସ୍ମିତାଶ୍ରୀ ସାହୁ, ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୋଶନ୍ ଶତପଥୀ, କାର୍ଯ୍ୟନିର୍ବାହି ଅଧିକାରୀ ରାକେଶ କୁମାର ପାତ୍ର, ସମବାୟବିତ୍ ନୀଳକଣ୍ଠ ସାହୁ, ଓଡ଼ିଶା କେନ୍ଦ୍ର ସମବାୟ ବ୍ୟାଙ୍କ୍ ଲିମିଟେଡ୍ ନିର୍ଦ୍ଦେଶିକା ତନୁଲତା ବିଷୋୟୀ, ଆସିକା କେନ୍ଦ୍ର ସମବାୟ ବ୍ୟାଙ୍କ୍ ଲିଃ. ବେଲଗୁଣ୍ଠା ଶାଖା ନିର୍ଦ୍ଦେଶକ ସୁମନ୍ତ କୁମାର ବିଷୋୟୀ, ପ୍ରମୁଖ ଉପସ୍ଥିତ ଥିଲେ । ଆଜି ପ୍ରଥମେ ଅତିଥିମାନେ ବେଲଗୁଣ୍ଠାରେ ପହଞ୍ଚିବା ପରେ ବିଧାୟକ ଶ୍ରୀ ସ୍ୱାଇଁ ବେଲଗୁଣ୍ଠା ସେବା ସମବାୟ ସମିତିର ନୂତନ କାର୍ଯ୍ୟାଳୟ କୋଠାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହା ପରେ ତାଉନ ହଲ୍ ଠାରେ ଅନୁଷ୍ଠିତ ଋଣ ମେଳାରେ ସମସ୍ତ ଅତିଥି ଉପସ୍ଥିତ ରହି ନିଜ ନିଜ ବକ୍ତବ୍ୟରେ ଗ୍ରାମାଞ୍ଚଳ ବ୍ୟାଙ୍କିଙ୍ଗ୍ ସେବା ଏବଂ ଋଣ ମେଳା କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଉପସ୍ଥିତ ହିତାଧିକାରୀ ମାନଙ୍କୁ ବୁଝାଇଥିଲେ । ଆଜିର କାର୍ଯ୍ୟକ୍ରମରେ ବେଲଗୁଣ୍ଠା ଶାଖା ଅଧୀନସ୍ଥ ୧୪ ଗୋଟି ସେବା ସମବାୟ ସମିତି ଲିଃ. ତରଫରୁ ୧୦୨ ଗୋଟି ଗୋଷ୍ଠୀଙ୍କୁ ବିନା ସୁଧରେ ଏକ ଲକ୍ଷ ଟଙ୍କା ହିସାବରେ ଋଣ ପ୍ରଦାନ କରାଯାଇଥିଲା । ଆଜିର କାର୍ଯ୍ୟକ୍ରମକୁ ସମସ୍ତ ୧୪ ସେବା ସମବାୟ ସମିତିର ସଭାପତି,ଉପସଭାପତି, ପରିଚାଳନା ପରିଷଦ,ସରପଞ୍ଚ, ସମିତିସଭ୍ୟ, ଜିଲ୍ଲାପରିଷଦ ସଭ୍ୟ, ଏନ୍ଏସିର ସମସ୍ତ କାଉନସିଲର୍ ପ୍ରମୁଖ ସହଯୋଗ କରିଥିଲେ ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Comments (0)
Add Comment