ସୂପୋଷିତ ଓଡ଼ିଶା ମିଶନ୍ ତାଲିମ ଶିବିର ।

କୋଦଳା ,୦୧/୦୯(ପିପିଟି):କୋଦଳା ସ୍ଥିତ ଲକ୍ଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟରେ ସୁପୋଷିତ ଓଡିଶା ମିଶନ୍ ସମ୍ପର୍କିତ ତାଲିମ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଅଧ୍ୟକ୍ଷ ରଘୁନାଥ ମୁଦୁଲି ଅଧ୍ୟକ୍ଷତା କରି ସୁସ୍ଥ ଶିଶୁ ହିଁ ସୁସ୍ଥ ଓ ସମୃଦ୍ଧ ଓଡ଼ିଶାର ଭିତ୍ତି ବୋଲି ବାର୍ତ୍ତା ଦେଇଥିଲେ। ୪୦ ଜଣ ସ୍ୱେଚ୍ଛାସେବୀ କାର୍ଯ୍ଯକ୍ରମ ରେ ଯୋଗଦେଇଥିଲେ। ବେଗୁନିଆପଡ଼ା ବ୍ଲକ୍ ର ଅଙ୍ଗନବାଡି ସୂପରଭାଜର ଭାଗ୍ୟଲତା ସେନାପତି, ରଜନୀ ନାୟକ ଓ କାକୁଡ଼ିଆପଡ଼ା ଗ୍ରାମର ଅଙ୍ଗନବାଡି କର୍ମୀ ରଶ୍ମିତା ଡାକୁଆ ସ୍ୱେଚ୍ଛାସେବୀ ମାନଙ୍କୁ ଅଙ୍ଗନବାଡି କେନ୍ଦ୍ରକୁ ସୁପୋଷିତ ଭାବେ କିଭଳି ଚୟନ କରାଯିବ ସେହି ଉପରେ ତାଲିମ ଦେବାସହିତ ପିଲାମାନଙ୍କର ଓଜନ,ଉଚ୍ଚତା , ଲମ୍ବ କିପରି ମାପ ନିଆଯିବ ସେଥି ଉପରେ ଅବଗତ କରାଇଥିଲେ। ଜାତୀୟସେବା ଯୋଜନା ଅଧିକାରି  ସାଗରିକା ଦାଶ ସଭା ପରିଚାଳନା କରିବା ସହ ଦିବ୍ୟଜ୍ୟୋତି ବଡୁ ଓ ଶୁଭଶ୍ରୀ ପାଢ଼ୀ ସ୍ୱାଗତ ସଂଗୀତ ଗାନ କରିଥିଲେ।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Comments (0)
Add Comment