ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ ।

ଭୁବନେଶ୍ୱର,୨୦/୦୯(ପିପିଟି): ସୂଚନା ଓ ଲୋକସମ୍ପର୍କ
ବିଭାଗର କେନ୍ଦ୍ରାଞ୍ଚଳ ଉପନିର୍ଦ୍ଦେଶକ ଆଶୁତୋଷ ପାଇକରାୟ ଆଜି ଭୁବନେଶ୍ୱର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟଳୟ ପରିଦର୍ଶନ କରି ବିଭାଗୀୟ କାର୍ଯ୍ୟକ୍ରମ ଓ କାର୍ଯ୍ୟଧାରାର ସମୀକ୍ଷା କରିଥିଲେ । ଏହି ଅବସରରେ ସେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା ଓ କାର୍ଯ୍ୟକ୍ରମର ସଫଳ ପ୍ରଚାର-ପ୍ରସାର ଉପରେ ଗୁରୁତ୍ବାରୋପ କରିଥିଲେ। ବିଶେଷକରି ସାମାଜିକ ଗଣମାଧ୍ୟମ ଉପଯୋଗରେ ସରକାରୀ ଯୋଜନା, ବିକାଶମୂଳକ କାର୍ଯ୍ୟକ୍ରମ ଓ ଜନହିତକର ପଦକ୍ଷେପ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ଉପରେ ସେ ଗୁରୁତ୍ଵ ଦେଇଥିଲେ।

ପରିଦର୍ଶନ ସମୟରେ ଶ୍ରୀ ପାଇକରାୟ କାର୍ଯ୍ୟାଳୟର ବିଭିନ୍ନ ରେଜିଷ୍ଟର, ନଥି ଓ ଅନ୍ୟାନ୍ୟ ସରକାରୀ ଦସ୍ତାବିଜ ଯାଞ୍ଚ କରିବା ସହ କାର୍ଯ୍ୟଳୟର ବିଭିନ୍ନ କାର୍ଯ୍ୟକଳାପର ସମୀକ୍ଷା କରିଥିଲେ।

ପ୍ରଶାସନ ଓ ଗଣମାଧ୍ୟମ ମଧ୍ୟରେ ଉତ୍ତମ ଯୋଗସୂତ୍ର ରକ୍ଷା କରି ଜିଲ୍ଲାର ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର ସଠିକ୍ ଓ ପ୍ରଭାବଶାଳୀ ପ୍ରଚାର-ପ୍ରସାର ସୁନିଶ୍ଚିତ କରିବା ଉପରେ ମଧ୍ୟ ସେ ଗୁରୁତ୍ବାରୋପ କରିଥିଲେ । ଏହି ଗସ୍ତ ଅବସରରେ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment