ସୂଚନା ଅଧିକାର ଆଣିଦେଇଛି ଅସାଧାରଣ କ୍ଷମତା ।

ଭଞ୍ଜନଗର, ୦୪/୦୪(ପିପିଟି):ଆଜି ରାଜନୀତି ବିଭାଗ ତରଫରୁ ଭଞ୍ଜନଗର ସାବିତ୍ରୀ ମହିଳା ମହା ବିଦ୍ୟାଳୟରେ ଏକ ପଠଚକ୍ର ଅନୁଷ୍ଠିତ ହୋଇଯାଇଛି।କଲେଜ ଅଧ୍ୟକ୍ଷ ଡ. ସୁଶାନ୍ତ କୁମାର ମଲ୍ଲିକ ସଭାରେ ଅଧ୍ୟକ୍ଷତା କରିଥିଲେ। ପାଠଚକ୍ରର ବିଷୟବସ୍ତୁ ଥିଲା  ସୁ ଶାସନ କ୍ଷେତ୍ରରେ ସୂଚନା ଅଧିକାର ଆଇନ୍ ର ଭୂମିକା। ପୂର୍ବତନ ଜାତୀୟ ମାନବାଧିକାର ପରାମର୍ଶଦାତା ଓ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ମୁଖ୍ୟ ଅତିଥି ଓ ବକ୍ତା ରୂପେ ଯୋଗ ଦେଇଥିଲେ। ପାଠଚକ୍ର ଟିକୁ ପ୍ରୀତିପ୍ରଜ୍ଞା ସ୍ୱାଇଁ ପାଠ କରିଥିଲେ। ମୁଖ୍ୟ ବକ୍ତା ଶୁ ଶାସନ ପ୍ରତିଷ୍ଠା କ୍ଷେତ୍ରରେ ସୂଚନା ଅଧିକାର ନିୟମର ବିଭିନ୍ନ ଉପଯୋଗିତା ବିଷୟରେ କହିଥିଲେ। ଅଧ୍ୟକ୍ଷ ଡ. ମଲ୍ଲିକ  ତାଙ୍କ ପିଏଚଡି ସମୟରେ କରିଥିବା ରିସର୍ଚ ବିଷୟରେ ଉଦାହରଣ ଦେଇ କିପରି ସୂଚନା ଅଧିକାର ଆଇନ୍ ଜଣେ ସାଧାରଣ ଲୋକଙ୍କ ହାତରେ ଅସାଧାରଣ କ୍ଷମତା ଆଣି ସରକାରୀ କାମରେ ସ୍ୱଚ୍ଛତା ଆଣେ ସେ ବିଷୟରେ କହିଥିଲେ। ବିଭାଗୀୟ ମୁଖ୍ୟ ସଂଯୁକ୍ତା ପଟ୍ଟନାୟକ ଅତିଥି ସ୍ବାଗତ ସମ୍ବର୍ଦ୍ଧନା କରିଥିବା ବେଳେ ପ୍ରେମଚାନ୍ଦ ମଲ୍ଲିକ ଧନ୍ୟବାଦ୍ ଅର୍ପଣ କରିଥିଲେ। ଅଧ୍ୟାପିକା ରୀଙ୍କି ଡାକୁଆ, ସନ୍ଧ୍ୟାରାଣି ପ୍ରଧାନ, ପୁଷ୍ପ ପଟ୍ଟନାୟକ ,ପୀୟୂଷ ସ୍ୱାଇଁ, ଉର୍ମିଳା ପାଟଯୋଷି, ବିରଞ୍ଚି ଆଚାର୍ଯ୍ୟ ଓ ଅନ୍ୟଛାତ୍ରୀମାନେ ଉପସ୍ଥିତ ଥିଲେ । ପ୍ରଥମ ପର୍ଯ୍ୟାୟରେ ପାଠଚକ୍ର ଓ ଦୂତୀୟ ପର୍ଯ୍ୟାୟରେ ବିଦାୟ ଛାତ୍ରୀ ମାନଙ୍କୁ ଅଧ୍ୟକ୍ଷ ଓ ବିଭାଗର ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରୀମାନଙ୍କୁ ଜୀବନରେ ସତ୍ୟ ନ୍ୟାୟ ଓ ନିଷ୍ଠାର ସହ ପାଠ ପଢ଼ି କାମ କରିବା ପାଇଁ ଉପଦେଶ ଦେଇଥିଲେ।

 

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Comments (0)
Add Comment