ସୁଶାସନ ଦିବସରେ ବାଜପେୟୀଙ୍କ ସ୍ମୃତିଚାରଣ ।

ଭଞ୍ଜନଗର/ସୋରଡ଼ା,୨୫/୧୨(ପିପିଟି):ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ,ଲବ୍ଧ ପ୍ରତିଷ୍ଠିତ ଲେଖକ ଭାରତରତ୍ନ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀରେ ମନେ ପକାଇଛନ୍ତି ଭଞ୍ଜନଗରର ଭାଜପା କର୍ମୀ। ବାଜପେୟୀଙ୍କ ସଂଘର୍ଷମୟ ଜୀବନ,ପରିବର୍ତ୍ତନ ଶୀଳ ପରିସ୍ଥିତି,ରାଷ୍ଟ୍ରବ୍ୟାପି ଆନ୍ଦୋଳନ ସ‌ହ ଦେଶର ଆର୍ଥିକ ବ୍ୟବସ୍ଥାର ଅଗ୍ରଗତି ଓ ଓଡିଶା ପାଇଁ ତାଙ୍କ ଅବଦାନକୁ ସ୍ମରଣ କରିଛନ୍ତି। ଏହି ଅବସରରେ ବୁଧବାର ସୋରଡ଼ା ଓ ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ପୁର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଶ୍ରୀ ବାଜପେୟୀଙ୍କ ଜୟନ୍ତୀ ଓ ସୁଶାସନ ଦିବସ ପାଳିତ ହୋଇଯାଇଛି।ସୋରଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଡ଼ଗଡ଼ ଠାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମଣ୍ଡଳ ସଭାପତି ରାଧା ମୋହନ ସ୍ବାଇଁଙ୍କ ନେତୃତ୍ୱରେ ବହୁ କାର୍ଯ୍ୟକର୍ତା ଯୋଗଦେଇଥିଲେ। ସେହିଭଳି ଭଞ୍ଜନଗର ନିର୍ବାଚନମଣ୍ଡଳୀ ଅର୍ନ୍ତଗତ ଭଞ୍ଜନଗର ନଗର ମଣ୍ଡଳ ଓ ମୁଜାଗଡ ମଣ୍ଡଳ ସମେତ ବିଭିନ୍ନ ସ୍ଥାନରେ ପୃଥକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅନେକ ଦଳିୟ କାର୍ଯ୍ୟକର୍ତ୍ତାଙ୍କ ସମେତ ଜନସାଧାରଣ ଯୋଗଦେଇ ଭେଜିପୁଟ ଠାରୁ ସ୍ଥାନୀୟ ମେଡିକାଲ୍ ପର୍ଯ୍ୟନ୍ତ ପଦଯାତ୍ରାରେ ଯାଇଥିଲେ। ପରେ ମେଡିକାଲରେ ଚିକିତ୍ସିତ ହେଉଥିବା ରୋଗୀ ମାନଙ୍କୁ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଫଳ ବଣ୍ଟନ କରିଥିଲେ।ବୁଧବାର ପ୍ରବଳ ବର୍ଷା ସତ୍ବେ କାର୍ଯ୍ୟକର୍ତ୍ତା ଓ ଜନସାଧାରଣ ଉତ୍ସାହ ଦେଖିବାକୁ ମିଳିଥିଲା।କାର୍ଯ୍ୟକ୍ରମ ରେ ନଗର ମଣ୍ଡଳ ସଭାପତି ବିଷ୍ଣୁଚରଣ ପ୍ରଧାନ,ନଗର ସାଂସଦ ପ୍ରତିନିଧି ସନ୍ତୋଷ ତିଆଡି,ଶିବ ପ୍ରସାଦ ମହାପାତ୍ର ଙ୍କ ସମେଚ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Comments (0)
Add Comment