ସୁମଣ୍ଡଳ ଠାରେ ପୂର୍ବତନ ବିଧାୟିକା ଭି ସୁଜ୍ଞାନ କୁମାରୀ ଦେଓଙ୍କ ଜନ୍ମଦିନ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ।

କୋଦଳା,୧୨/୦୭(ପିପିଟି):ପୂର୍ବତନ ବିଧାୟିକା ତଥା ଖଲ୍ଲିକୋଟ ରାଣୀ ସାହେବା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ୮୬ତମ ଜନ୍ମ ଦିବସ ଅବସର ରେ ସୁମଣ୍ଡଳ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ପକ୍ଷରୁ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ତତ୍ବାବଧାନରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଅଛି । ଆୟୋଜିତ ରକ୍ତଦାନ ଶିବିରକୁ ରାଜ୍ୟ କାଜୁନିଗମ ଅଧ୍ୟକ୍ଷ ତଥା ପୂର୍ବତନ ଜୀବନ ବିନ୍ଦୁ ସଂଯୋଜକ ସୁବାଷ ମହାରଣା ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ୪୬ ନଂ ଯୋନର ସମସ୍ତ ପଞ୍ଚାୟତକୁ ନେଇ ଉକ୍ତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଏଥିରେ ବ୍ଲକ ଅଧ୍ୟକ୍ଷା ରେଣୁ ଗୌଡ଼,ଉପାଧ୍ୟକ୍ଷ ସୁଧାକର ପ୍ରଧାନ, ବ୍ଲକ ବିଜେଡି ସଭାପତି ସିମାଞ୍ଚଳ ସାମଲ, ଛାତ୍ର ବିଜେଡି ସଭାପତି କାହ୍ନୁ ଚରଣ ପଣ୍ଡା,ଯୁବ ବିଜେଡି ସଭାପତି ଶତିଶ ରଞ୍ଜନ ତାରିଣୀ,ଜିଲ୍ଲାପରିଷଦ ସଦସ୍ୟା ମଧୁମିତା ସାହୁ,କଲ୍ୟାଣୀ ପାତ୍ର,୪୬ ନମ୍ବର ଜିଲ୍ଲାପରିଷଦ ପ୍ରତିନିଧି ସୁଷାନ୍ତ କୁମାର ସ୍ବାଇଁଙ୍କ ସମେତ ବହୁ ସରପଞ୍ଚ ସିମିତିସଭ୍ୟ ଯୋଗଦେଇଥିବା ବେଳେ ବହୁ ସଂଖ୍ୟାରେ ରକ୍ତଦାତା ଉପସ୍ଥିତ ଥିଲେ। ବ୍ରହ୍ମପୁର ରକ୍ତ ଭଣ୍ଡାରର କର୍ମକର୍ତ୍ତା ଉପସ୍ଥିତ ରକ୍ତ ସଂଗ୍ରହ କରିଥିଲେ। ମୋଟ ୨୪୪ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ବିଧାୟିକା ରକ୍ତ ଦାତାଙ୍କୁ ମାନପତ୍ର ପ୍ରଦାନ କରି ସେମାନଙ୍କୁ ଉତ୍ସାହିତ କରିଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )

Comments (0)
Add Comment