କୋଦଳା,୧୬/୦୧(ପିପିଟି); ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଓ ଉଦ୍ଘାଟନ କାର୍ଯ୍ୟକ୍ରମ ପରେ ପରେ ସୁମଣ୍ଡଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସର ରେ କୋଭିଡ ଟୀକାକରଣ ଆରମ୍ଭ ହୋଇଯାଇଛି । ସୁମଣ୍ଡକ ଚିକିତ୍ସା ଅଧିକାରୀ ଡ଼ା.ରାଜେନ୍ଦ୍ର କୁମାର ପ୍ରଧାନ,କୋଦଳା ସିଏଚସି ଅଧିକାରୀ ଡା. ସୁଜିତ ବେହେରାଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ,ଛତ୍ରପୁର ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର ସାହୁ, ଖଲ୍ଲିକୋଟ ତହସିଲଦାର ରାଜ କିଶୋର ପଟ୍ଟନାୟକ,ବେଗୁନିଆପଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଦବର ପ୍ରଧାନ, ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ, ବେଗୁନିଆପଡ,ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ବିଜୟ ଦୋରା,ସୁମଣ୍ଡଳ ସରପଞ୍ଚ ସନ୍ତୋଷିନୀ ସାହୁ, ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମ ଟୀକା ସଞ୍ଜୁଲତା ବାରିକଙ୍କୁ ଦିଆ ଯାଇଥିବା ବେଳେ ପରେ ୧୦୦ ଜଣଙ୍କୁ ଟୀକା ଦିଆଯାଇଥିବା ସୂଚନା ମିଳିଛି । ଉକ୍ତ ଟୀକା କରଣ କାର୍ଯ୍ୟକ୍ରମରେ ସୁମଣ୍ଡଳ ଓ କୋଦଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।