ସୁଭୁନାହିଁ ଶଙ୍ଖାରିର ଡାକ, ଶଙ୍ଖା ନବ ଶଙ୍ଖା।

ବୋଲଗଡ଼,୨୨/୩ (ପିପିଟି): ସମୟ ଥିଲା ପ୍ରତେକ ଗାଁ ମାନଙ୍କୁ ବେପାର ପାଇଁ ନିଜର ପସରା ବା ଟୋକେଇ କିମ୍ବା ଝୁଡି ଆଦିରେ ବିଭିନ୍ନ ପ୍ରକାରର ପାଣି କାଚ ଓ ରଙ୍ଗ ବେରଙ୍ଗର ଶଙ୍ଖା ଧରି ପୁରୁଷ ହେଉ ବା ମହିଳା ବିକ୍ରି କରିବା ପାଇଁ ଆସୁଥିଲେ,ଯାହାକୁ ଶଙ୍ଖାରି ବୋଲି କୁହାଯାଇଥାଏ।
ଯେତେବେଳେ ଶଙ୍ଖାରି ଗାଁ ଦାଣ୍ଡରେ ଡାକ ପକାଇ ଯେକୌଣସି ଘର ଦାଣ୍ଡବାରଣ୍ଡାରେ ବସେ ଏବଂ ନିଜର ପସରାଟି ଖୋଲି ଦିଏ ସେତେବେଳେ ସେହି ସାହିର ଅନେକ ମହିଳା ଏବଂ ଝିଅ ମାନେ ଆସି ତାର ପସରା ଚାରିପଟେ ରୁଣ୍ଡ ହୋଇଯାଆନ୍ତି। ଏବଂ ନିଜ ନିଜର ମନ ମୁତାବକ କାଚ ବା ଶଙ୍ଖା କିଣିଥାନ୍ତି। ଶଙ୍ଖାରି ମାନେ କେବଳ ପାଣିକାଚ, ଶଙ୍ଖା ବିକ୍ରି କରିବା ରେ ସିମୀତ ନଥାନ୍ତି। ଏଥିସହିତ ବିଭିନ୍ନ ପ୍ରକାରର ନେଲପଲିସ୍, କଜ୍ୱଳ, ଭଳିକି ଭଳି ଟିକିଲି ଏବଂ ଛୋଟ ଛୋଟ ସେଣ୍ଟ ବୋତଲ ଇତ୍ଯାଦି ବିକ୍ରି କରିଥାନ୍ତି। ଏହି ଶଙ୍ଖାରି ମାନଙ୍କ ପାଖରେ ବିଶେଷ କରି ବିବାହିତ ମହିଳା ଏବଂ ବିବାହ ହେବାକୁ ଥିବା ଝିଅମାନେ ବେପାରର ପେଣ୍ଠସ୍ଥଳୀ ପାଲଟିଥାଏ। ଏହି ଶଙ୍ଖାରି ମାନଙ୍କ ର ପସରା କାହା ହାତରେ କେଉଁ କାଚ ହେବ ଶଙ୍ଖାରିକୁ ଭଲ ଭାବରେ ଜଣାଥାଏ। ଆଣିଥିବା ସମସ୍ତ ସାମଗ୍ରୀ ଭିତରୁ କାହାର ମନ ପସନ୍ଦ ହୋଇ ନଥାଏ ତେବେ ଆଉ ଥରେ ଆସିଲାବେଳେ ସେହି ସାମଗ୍ରୀ ଟି ଆଣିଥାଏ। କିଛି କିଛି ଶଙ୍ଖାରି ମାନେ ମଧ୍ୟ ଚିତାକୁଟାଇ ଥାନ୍ତି। ଆଜି କାଲି ଆମେ ଟାଟୁ ବୋଲି କହିଥାଉ। ସେତେବେଳେ ଛୁଞ୍ଚି ରେ କଳା ଦେଇ ସୁନ୍ଦର ଭାବରେ ଚିତାକୁଟାଇ ଥାନ୍ତି। ସହି ସମୟରେ ଦୋକାନ ବଜାର ରେ ଟେସନାରୀ ଓ ଲେଡିଜକର୍ଣର ନଥିଲା ଯାହାକି ସେତେବେଳେ ମହିଳା ମାନଙ୍କ ସଜେଇ ହେବା ଏକ ମାତ୍ର ମାଧ୍ୟମ ଥିଲା ଏହି ଶଙ୍ଖାରି। ଶଙ୍ଖାରି ମାନଙ୍କର ଆତ୍ମୀୟତା ଗାଁ ଲୋକଙ୍କ ପାଖରେ ଏମିତି ଥାଏ ଯେ ପର୍ବ ପର୍ବାଣୀ ସମୟରେ ପିଠା ପଣା ରେ ସେମାନଙ୍କର ଭାଗଥାଏ। ବର୍ତ୍ତମାନ ସମୟରେ ଦୋକାନ ବଜାର ବହୁଳ ମାତ୍ରାରେ ହେବା ଫଳରେ ଶଙ୍ଖାରି ଆଉ ଦେଖିବାକୁ ମିଳୁ ନାହାନ୍ତି। କିନ୍ତୁ ଯେଉଁ ମାନେ ଶଙ୍ଖାରି ମାନଙ୍କର ସଂଷ୍ପର୍ଶରେ ଆସିଛନ୍ତି ସେମାନଙ୍କର ଛାପ ଏବେ ବି ମନ ଭିତରେ ରହିଛି।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Comments (0)
Add Comment