ସୁବାସ ସିଂ ଙ୍କ ମନ୍ତବ୍ଯକୁ ନେଇ ଝଡ,କଂଗ୍ରେସ ତରଫରୁ କୁଶପୁତ୍ତଳିକା ଦାହ ।

ମାଲକାନଗିକି,୨୩/୦୫(ପିପିଟି): “ସଠିକ ଭାବେ କାର୍ଯ୍ୟ କର ନଚେତ ମାଲକାନଗିରିରେ କାମ କରିବାକୁ ପଡ଼ିବ”। ଏଭଳି ଏକ ମନ୍ତବ୍ୟ ଦେଇ ବିବାଦ ଘେରରେ କଟକ ମେୟର ସୁବାସ ସିଂ। ନିଜ ଅଞ୍ଚଳର ସରକାରୀ କର୍ମଚାରୀମାନଙ୍କୁ କାର୍ଯ୍ୟ ନକଲେ ମାଲକାନଗିରିରେ କାମ କରିବାକୁ ପଡ଼ିବ ବୋଲି ସେ ଧମକ ଦେଇ କହିଛନ୍ତି। ଯାହାକୁ ନେଇ ମାଲକାନଗିରି ଜିଲ୍ଲାରେ ଅସନ୍ତୋଷ ଦେଖା ଦେଇଛ ରାଜନୀତିରେ ବିବାଦ ଦେଖିବାକୁ ମିଳିଛି । ସୁବାସଙ୍କ ଏଭଳି ମନ୍ତବ୍ୟ ପରେ ମାଲକାନଗିରି କଂଗ୍ରେସ ଦଳ ପକ୍ଷରୁ ତାଙ୍କର କୁଶ ପୁତ୍ତଳିକା ଦାହ କରାଯାଇଛି । କର୍ମଚାରୀଙ୍କୁ ମାଲକାନଗିରି ଯାଇ କାମ କରିବାକୁ କହି ଫସିଲେ ସୁବାସ ସିଂ, କଂଗ୍ରେସର କୁଶ ପୁତ୍ତଳିକା ଦାହରାଜ୍ୟ ସରକାର ଯେତେବେଳେ ମାଲକାନଗିରିର ବିକାଶ କଥା ଚିନ୍ତା କରୁଛନ୍ତି ଏବଂ ଜିଲ୍ଲାର ବିକାଶକୁ ନେଇ ଅନେକ ବଡ ବଡ ଯୋଜନା ଆରମ୍ଭ କରୁଛନ୍ତି, ସେତେବେଳେ ଶାସକ ଦଳର ପୂର୍ବତନ ରାଜ୍ୟ ସଭା ସାଂସଦ ତଥା ବର୍ତ୍ତମାନର ନବ ନିର୍ବାଚିତ କଟକ ମେୟର ସୁବାସ ସିଂଙ୍କ ଏଭଳି କଥା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଥିବା କଂଗ୍ରେସ କହିଛି । ଏହା ଧମକ ନା ଆଉ କିଛି ବୋଲି ସାଧାରଣରେ କୁହାଯାଇଛି । ଏଥିସହ ମାଲକାନଗିରିକୁ ପାକିସ୍ତାନ ନା କଳାପାଣି ଭାବି ସେ ଏପରି କହିଥିବା କଂଗ୍ରେସର ମାଲକାନଗିରି ସଭାପତି ଗୋବିନ୍ଦପାତ୍ର ମତ ପ୍ରକାଶ କରିଛନ୍ତି । ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି ଜିଲ୍ଲାକୁ ଅତି ନୀଚ୍ଚା ଦେଖାଇ ଆକ୍ଷେପ କରି କହିଥିବା ଯୋଗୁଁ ସେ ଭୁଲ ମାଗନ୍ତୁ ବୋଲି କଂଗ୍ରେସ ଦାବି କରିଛି । ନଚେତ ଆଗାମୀ ଦିନରେ ଧାରଣା ଦିଆଯିବ ବୋଲି କଂଗ୍ରେସର ଯୁବ ସଭାପତି ମଙ୍ଗୁ ଖିଲ ପ୍ରକାଶ କରିଛନ୍ତି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment