ଉଲୁଣ୍ଡା,୧୮/୧୨(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ହାଇସ୍କୁଲରେ ବାଲ୍ଯ ବିବାହ ବିରୋଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ସୁବର୍ଣ୍ଣଲତା ବେହେରାଙ୍କ ଅଧ୍ୟକ୍ଷତା ଏବଂ ଶିକ୍ଷକ ଚନ୍ଦ୍ରମଣି ବାଘଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମ୍ଭକାର ମୁଖ୍ୟ ଅତିଥି,ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଜ୍ୟୋତ୍ସ୍ନାମୟୀ ପଣ୍ଡା ଓ ସୁବଳୟା ସେକ୍ଟର ଅଧିକାରୀ ଆରତୀ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ବାଲ୍ୟ ବିବାହ ବିରୋଧ ଆଇନ ଉପରେ ଆଲୋକପାତ କରିଥିବାବେଳେ ଛାତ୍ର ଛାତ୍ରୀ ମାନେ ନୃତ୍ୟ ସଙ୍ଗୀତ ମାଧ୍ୟମରେ ସଚେତନତା ବାର୍ତ୍ତା ପରିବେଷଣ କରିଥିଲେ । ସମସ୍ତ ଛାତ୍ରଛାତ୍ରୀ ଶିକ୍ଷକ ମାନଙ୍କୁ ନେଇ ଶପଥ ପାଠ ଉତ୍ସବ କରାଯାଇଥିଲା ।
(ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ। )