ସୁବର୍ଣ୍ଣପୁର ,୧୯/୦୫(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ଭାରତ ସ୍କାଉଟ ଗାଇଡ କେମ୍ପୋରୀ ୨୦୨୩-୨୪ କୁ ମହାମହିମ ଓଡ଼ିଶାର ରାଜ୍ୟପାଳ ଶ୍ରୀ ରଘୁବର ଦାସ ଚଳିତ ବର୍ଷ ପାଇଁ ଶ୍ରେଷ୍ଠ ଜିଲ୍ଲା କେମ୍ପୋରୀ ଭାବରେ ପୁରସ୍କୃତ କରିଛନ୍ତି। ରାଜଭବନ ସ୍ଥିତ ଅଭିଷେକ ହଲ ଠାରେ ଅନୁଷ୍ଠିତ ଭବ୍ୟ ସମାରୋହରେ ରାଜ୍ୟପାଳ ରଘୁବର ଦାସ ଯୋଗଦାନ କରି ଉପସ୍ଥିତ ସ୍କାଉଟ ଓ ଗାଇଡ ସଂସ୍ଥାର କର୍ମକର୍ତ୍ତା, ବିଭିନ୍ନ ଜିଲ୍ଲାରୁ ଆସିଥିବା ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲା କମିଶନର ,ସମ୍ପାଦକ ସ୍କାଉଟ ମାଷ୍ଟର, ଗାଇଡ କ୍ୟାପଟେନ , ସ୍କାଉଟ, ଗାଇଡ, କବ, ବୁଲବୁଲ, ରୋଭର୍,ଓ ରେଞ୍ଜର ଙ୍କୁ ସଂସ୍ଥାର କାର୍ଯ୍ୟର ଭୂୟସୀ ପ୍ରଶଂସା କରିଥିଲେ ।ଏହି ଅବସରରେ ବିଭିନ୍ନ ଜିଲ୍ଲାରେ ଅନୁଷ୍ଠିତ କେମ୍ପୋରୀ ମାନଙ୍କ ମଧ୍ୟରୁ ଶ୍ରେଷ୍ଠ କେମ୍ପୋରୀ ଭାବରେ ସୁବର୍ଣ୍ଣପୁର ଜିଲ୍ଲା ତରଫରୁ ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀମତୀ ମଞ୍ଜୁଲତା ଭୋଇ ଓ ଜିଲ୍ଲା ସମ୍ପାଦକ ସତ୍ୟନାରାୟଣ ତ୍ରିପାଠୀ ମହାମହିମ ରାଜ୍ୟପାଳ ଙ୍କଠାରୁ ମାନପତ୍ର ଓ ସମ୍ମାନଜନକ ଟ୍ରଫି ଗ୍ରହଣ କରିଥିଲେ। ପ୍ରକାଶ ଥାଉକି ୨୦୧୩ ମସିହାରୁ ନୂତନ ଭାବରେ ଜିଲ୍ଲା ଗଠନ ହେବା ପରଠୁ ଏହା ପଞ୍ଚମ ଶ୍ରେଷ୍ଠ ଜିଲ୍ଲା ପୁରସ୍କାର ଅଟେ l
ଏହି ଅବସରରେ ଜିଲ୍ଲାର ମ।ୟାବର୍ହା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଦୀନବନ୍ଧୁ ପ୍ରଧାନ ମଧ୍ୟ ଶ୍ରେଷ୍ଠ ଶିକ୍ଷକ ଭାବରେ ରାଜ୍ୟପାଳଙ୍କ ଠାରୁ ସର୍ଭିସ ଷ୍ଟାର ପୁରସ୍କାର ଗ୍ରହଣ କରିଛନ୍ତି। ଏହିବର୍ଷ ଜିଲ୍ଲାରୁ ୧୬୦ ଜଣ ସ୍କାଉତ୍ ଓ ୭୨ ଜଣ ଗାଇଡ ସହ ୫ ଜଣ କବ୍ ମଧ୍ୟ ରଜ୍ୟପୁରସ୍କ।ର ପାଇଁ ଯୋଗ୍ୟ ବିବେଚିତ ହେବା ଜିଲ୍ଲା ପାଇଁ ଗର୍ବ ର ବିଷୟ। ଜିଲ୍ଲା ଗାଇଡ ସଂଗଠନ କମିଶନର ଶ୍ରୀମତୀ ପଦ୍ମିନୀ ସାହୁ ଓ ସ୍କାଉଟ ମାଷ୍ଟର ମିତେନ୍ଦ୍ର ନାୟକ ଙ୍କ ନେତୃତ୍ୱ ରେ ୧୦ ଜଣ ଗାଇଡ ଓ ୫ ଜଣ ସ୍କାଉଟ ମଧ୍ୟ ଯୋଗ ଦେଇ ରାଜ୍ୟପାଳଙ୍କ ଠାରୁ ସାର୍ଟିଫିକେଟ ପାଇଛନ୍ତି । ଏଇଥି ପାଇଁ ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ, ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ, ବୁଦ୍ଧିଜୀବୀ ତଥା ଜନସାଧାରଣ ଶୁଭେଚ୍ଛା ଜଣାଇଛନ୍ତି।
ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ