ସୁବର୍ଣ୍ଣପୁର ରେ ସଫଳତାର ସହିତ ୧୨ ଘଣ୍ଟିଆ ବନ୍ଦ ପାଳନ, ଜନ ଜୀବନ ପ୍ରଭାବିତ ।

ସୁବର୍ଣ୍ଣପୁର ,୨୧/୦୮(ପିପିଟି) : ଭାରତ ବନ୍ଦ ଡାକରା ଦେଇଛି ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ ମିଳିତ କମିଟି । ସଂରକ୍ଷଣ କୁ ନେଇ ସୁପ୍ରିମକୋର୍ଟ ଦେଇଥିବା ରାୟ କୁ ବିରୋଧ କରି ଏହି ସବୁ ସଂଗଠନ ଗୁଡିକ ବନ୍ଦ ଡାକରା ଦେଇଛନ୍ତି । ଅଗଷ୍ଟ ୧ ତାରିଖ ରେ ସୁପ୍ରିମକୋର୍ଟ ର ୭ ଜଣିଆ ଖଣ୍ଡପୀଠ ଏହାକୁ ଅନୁମତି ଦେଇଥିଲେ । ଅନୁସୂଚିତ ଜାତି ଜନଜାତି କ୍ୟାଟେଗୋରୀ ତାଲିକା ରେ ଉପ ଜାତି ମଧ୍ୟ ସଂରକ୍ଷଣ ପାଇପାରିବ ବୋଲି ଅନୁମତି ଦେଇଥିଲେ । ସରଳ ଭାଷା ରେ କହିବାକୁ ଗଲେ ଏସସି ଓ ଏସଟି ତାଲିକା ଭିତରେ ସବ – ଲିଷ୍ଟ କରି ଅଲଗା ଅଲଗା ସଂରକ୍ଷଣ ଦିଆଯାଇପାରିବ । ଏପରି କଲେ ସାମାଜିକ ଓ ଆର୍ଥିକ କ୍ଷେତ୍ର ରେ ଦୁର୍ବଳ ଲୋକଙ୍କୁ ସଂରକ୍ଷଣ ର ସୁବିଧା ମିଳିପାରିବ । ଏହି ରାୟ ବିରୋଧରେ ସ୍ୱର ଉଠାଇଛନ୍ତି ଦଳିତ, ଆଦିବାସୀ ସଂଗଠନ । ଏହି ରାୟ ର ପ୍ରତିବାଦ ରେ ସକାଳ ୬ ଟା ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଭାରତ ବନ୍ଦର ପ୍ରଭାବ ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି । ଆଜି ସକାଳୁ ସକାଳୁ ଅନୁସୁଚିତ ଜାତି, ଜନଜାତି ମିଳିତ ମଞ୍ଚର କର୍ମକର୍ତ୍ତା ମାନେ ସହରର ବ୍ଲକ ଛକ, ନଳୀନି ଛକ ଓ କୁଞ୍ଜ ଛକ ଆଦି ସ୍ଥାନରେ ପିକେଟିଙ୍ଗ କରି ଗାଡି ମୋଟର ବନ୍ଦ କରିଛନ୍ତି । ଆଜି ସକାଳ ୬ଟାରୁ ସଂନ୍ଦ୍ୟା ୬ଟା ପର୍ଯ୍ୟନ୍ତ ୧୨ଘଣ୍ଟା ଧରି ବନ୍ଦ ପାଳନ କରୁଥିବା ବେଳେ ବନ୍ଦର ପ୍ରଭାବରେ ଗାଡି ମୋଟର, ସ୍କୁଲ, କଲେଜ ଓ ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ ସବୁ କୁ ପିକେଟିଙ୍ଗ କରି ବନ୍ଦ କରିଛନ୍ତି । ଆଗାମୀ ଦିନରେ କେନ୍ଦ୍ର ସରକାର ଏକ ଅର୍ଡିନାନ୍ସ ବା ଅଧ୍ୟାଦେଶ ଆଣି ଏହି ସଂରକ୍ଷଣକୁ ବାତିଲ କରିବାକୁ ଦାବୀ କରିଛନ୍ତି ଏହି ମିଳିତ ମଞ୍ଚର କର୍ମକର୍ତ୍ତା ମାନେ । ରାସ୍ତା ଅବରୋଧରେ ଅନେକ ଯାତ୍ରୀବାହୀ ବସ ର ଯାତ୍ରୀ ନାହିଁନଥିବା ଅସୁବିଧା ର ସମ୍ମୁଖୀନ ହୋଇଛନ୍ତି ଓ ଜନ ଜୀବନ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଥିଲା ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Comments (0)
Add Comment