ସୁବର୍ଣ୍ଣପୁର ,୦୨/୦୬(ପିପିଟି) : ସୁବର୍ଣ୍ଣପୁର ସହର ର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଡାଇନାମିକ ଷ୍ଟଡି ପଏଣ୍ଟ ଯୁକ୍ତ ଦୁଇ କଳା ର ଫଳାଫଳ କୁ ନେଇ ଦୀର୍ଘ ସାତବର୍ଷ ଧରି ବିଶେଷ ସଫଳତା ଅର୍ଜନ କରି ଆସିଛି l ଗତବର୍ଷ ଏହି ଅନୁଷ୍ଠାନ ର ୫୨ ଜଣ ଛାତ୍ର ଛାତ୍ରୀ ଶତ ପ୍ରତିଶତ ପ୍ରଥମ ଶ୍ରେଣୀ ରେ ଉତ୍ତୀର୍ଣ୍ଣ ହେବା ସହ ସେମାନଙ୍କ ମଧ୍ୟରୁ ମାନୁଜ ଭୋଇ (୫୨୦) ମାର୍କ ଓ ଦୀନେଶ କୁମାର ପୁରୋହିତ (୫୦୦) ମାର୍କ ରଖି ସୋନପୁର ମହାବିଦ୍ୟାଳୟ ର ପ୍ରଥମ ଓ ଦ୍ଵିତୀୟ ଟପ୍ପର ହୋଇ ରେକର୍ଡ ସୃଷ୍ଟି କରିଥିଲେ l ଚଳିତ ବର୍ଷ ମଧ୍ୟ ମହେଶ କୁମାର ଦାଶ ୮୬% ମାର୍କ ରଖି ସୋନପୁର ମହାବିଦ୍ୟାଳୟ ର ଟପ୍ପର ହୋଇଛନ୍ତି l ଏହା ଛଡା ଅନ୍ୟାନ୍ୟ ଛାତ୍ର ଛାତ୍ରୀ ମାନେ ମଧ୍ୟ ଶତ ପ୍ରତିଶତ ପ୍ରଥମ ଶ୍ରେଣୀ ରେ ଉତ୍ତୀର୍ଣ୍ଣ ହୋଇଛନ୍ତି l ଏଭଳି କୃତିତ୍ୱ ସୁବର୍ଣ୍ଣପୁର ଜିଲ୍ଲା ପାଇଁ ଗୌରବ ଆଣି ଦେଇଛି l ଏହି ସଫଳତା ର ପଛରେ ଅନୁଷ୍ଠାନ ର ପରିଚାଳିକା ଶ୍ରୀମତୀ ପୂଜାରାଣୀ ପଧାନ ଓ ସଂଯୋଜକ ଯଯାତି ପଧାନ ଙ୍କ ସମେତ ଐତିହାସିକ ତଥା ଗବେଷକ ସୁଦାମ ନାଏକ, ଦେବାଶିଷ ବାରିକ, କ୍ଷୀରେନ୍ଦ୍ର ମେହେର, ସ୍ଵାଗତିକା ଲେଙ୍କା, ଈପସିତା ଦାଶ, ରଚନା ମିଶ୍ର, ପଦ୍ମିନୀ ନାଏକ ଓ ନିତ୍ୟାନନ୍ଦ ପ୍ରଧାନ ପ୍ରମୁଖ ଅଧ୍ୟାପକ/ଅଧ୍ୟାପିକା ଙ୍କ ପ୍ରଚେଷ୍ଟା ଏବଂ ଛାତ୍ର ଛାତ୍ରୀ ମାନଙ୍କ ଅକ୍ଲାନ୍ତ ପରିଶ୍ରମ ରହିଥିବା ଅଭିଭାବକ ମହଲ ରେ ସନ୍ତୋଷ ପ୍ରକାଶ ପାଇଛି l ଚଳିତ ବର୍ଷ ର ସମସ୍ତ କୃତି ଛାତ୍ର ଛାତ୍ରୀ ଙ୍କୁ ଡାଇନାମିକ ଷ୍ଟଡି ପଏଣ୍ଟ ତରଫରୁ ଯଥା ଶୀଘ୍ର ସମ୍ବର୍ଦ୍ଧିତ କରାଯିବାର ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି l
ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ