ସୁବର୍ଣ୍ଣପୁର ଠାରେ ଅଶି ଘର ସହଁରା (ଶବର) ସମାଜ ପକ୍ଷରୁ ନୂଆଁ ଖାଇ ଭେଟ ଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ।

ସୁବର୍ଣ୍ଣପୁର ,୧୬/୦୯(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ଅଶି ଘର ସହଁରା (ଶବର) ସମାଜ ପକ୍ଷରୁ ସ୍ଥାନୀୟ ହାତୀ ସାଲ କଲ୍ୟାଣ ମଣ୍ଡପ ଠାରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଈଯାଇଛି l ସମାଜ ର ସଭାପତି ଦୈତ୍ୟଦେବ ଭୋଇ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବଳଦେବ ଭୋଇ ସମ୍ମାନିତ ଅତିଥି ଭାବରେ ଶ୍ରୀ ରାଜ କିଶୋର ବାରିକ୍, ଗିରି ଧାରି ନାଗ, ଘନ ଶ୍ୟାମ ବୁଡେକ୍ , ଆବାହକ ସୁରେଶ ବେହେରା , ସମ୍ପାଦକ ଅଚ୍ୟୁତ କୁମାର୍ ଭୋଇ ଓ ମୂଖ୍ୟ ବକ୍ତା ଭାବରେ ଚନ୍ଦ୍ରଶେଖର ଶବର ଯୋଗଦେଇ ଗୋଟାଏ ରାଜ୍ୟର ଓ ଦେଶର ସମୃଦ୍ଧି ଓ ସୁରକ୍ଷା ପାଇଁ ପ୍ରଥମେ ଏକ ସମାଜର ଶୃଙ୍ଖଳା ଓ ଏକତା ଆବଶ୍ୟକ ବୋଲି ମତ ରଖିଥିଲେ l ସଭାରେ ସମସ୍ତ ଜିଲ୍ଲା ସଭାପତି, ଯୋଗ ଦେଇଥିବା ନୂତନ କର୍ମଚାରୀ, ସମାଜ ର ଚିତ୍ର ଶିଳ୍ପୀ, ମୂର୍ତ୍ତି କାରିଗର, ମେଧା ଛାତ୍ର ଛାତ୍ରୀ, ମଞ୍ଚ କଳାକାର , ସମାଜ ସେବୀ ଙ୍କ ସମେତ ବିଭିନ୍ନ ପ୍ରତିଭା ଓ ସାମ୍ୱାଦିକ ମାନଙ୍କୁ ସମ୍ବର୍ଧିତ କରାଯାଇଥିଲା l ପ୍ରଥମେ ଇଷ୍ଠଦେବୀ ଙ୍କୁ ପୁଜା ଅର୍ଚ୍ଚନା ପରେ ଅତିଥି ମାନଙ୍କୁ ସ୍ଵାଗତ ସଂଗୀତ ପରିବେଷଣ ଦ୍ଵାରା ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା l ସୁରେଶ ବେହେରା ସ୍ଵାଗତ ଭାଷଣ ଓ ରବୀନ୍ଦ୍ର ଭୁଏ ବୀବରଣୀ ପାଠ କରିଥିବାବେଳେ ଏକାଦଶ ବର୍ଗେ ଓ ମୁକେଶ ଭୋଇ ମଞ୍ଚ ପରିଚାଳନା କରିଥଲେ l ସଂlସ୍କୃତିକ କାର୍ଯ୍ୟକ୍ରମ କୁ ଯୁଗ ଜନ୍ମା ଯୁକ୍ତା ମୁଖୀ ବର୍ଗି, ମୁକେଶ ଭୋଇ ଓ ନରସିଂହ ବର୍ଗେ ପରିଚାଳନା କରିଥିଲେ l ଡାକ୍ତରୀ ଛାତ୍ରୀ ନିଲମ୍ ବିଶ୍ଵାଳ ଓ ନବୋଦୟ ଛାତ୍ର ଯଶରାଜ ଭୂଏଙ୍କୁ ସ୍ଵତନ୍ତ୍ର ସମ୍ମାନ ରେ ସମ୍ମାନୀତ କରାଯାଇଥିବା ବେଳେ ରିତୁଶ୍ରି, ମମିତା, ନନ୍ଦିନୀ, ମୌସୁମୀ, ସଂଘମିତ୍ରା, ନିଳୀମା, ସମୃତି ଶିଖl, ସୁପ୍ରଭା ପ୍ରମୁଖ ଛାତ୍ରୀ ସମ୍ବର୍ଧନା କାର୍ଯକ୍ରମ ରେ ସହଯୋଗ କରିଥିଲେ l ନରେଶ , ପ୍ରଫୁଲ୍ଲ, ସରୋଜ , ନିଳୀମା, ନଳିନୀ ନାମ ପଞ୍ଜି କରଣ କରିଥିଲେ l ସମାଜ ର ଉପଦେଷ୍ଟା କମିଟି ଓ କାର୍ଯ୍ଯ କାରୀ କମିଟି ସଦସ୍ୟ ଉତ୍ସବ ର ପ୍ରତ୍ୟେକ କାର୍ଯ୍ଯ କୁ ତଦାରଖ କରିଥିବା ବେଳେ ନିରଞ୍ଜନ ଭୂଏ ଧନ୍ୟବାଦ୍ ଅର୍ପଣ କରିଥିଲେ l ଶବର ସମାଜ ର ହଜାର ହଜାର ସଦସ୍ୟ ଉପସ୍ଥିତ ରହି ନୂଆଁଖାଇ ଜୁହାର ଭେଟଘାଟ ହୋଇ ଭାବ ର ଆଦାନ ପ୍ରଦାନ କରି ଥିଲେ l

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Comments (0)
Add Comment