ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ହେଲେ ଉଲୁଣ୍ଡା ଜୋନ-୨ ଜିଲ୍ଲା ପରିଷଦ ସଭ୍ୟ ଝସକେତନ ବଘାର ।

ଉଲୁଣ୍ଡା,୨୬/୦୩(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପଦରେ ଆଜି ବିଜେଡିର ଝସକେତନ ବଘାର ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶଙ୍କ ପରିଚାଳନାରେ ଅନୁଷ୍ଠିତ ନିର୍ବାଚନୀ ବୈଠକରେ ଉଲୁଣ୍ଡା ବ୍ଲକ ଜୋନ-୨ର ନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟ ଝସକେତନ ବଘାର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଜିଲ୍ଲାର ୧୩ଟି ଜିଲ୍ଲା ପରିଷଦରୁ ନିର୍ବାଚିତ ସଭ୍ୟ ଓ ସଭ୍ୟାଙ୍କ ସର୍ବ ସମ୍ମତିରେ ଝସକେତନ ବଘାର ନିର୍ବାଚିତ ହୋଇଥିବାବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁପାର ଠେଲାଙ୍କ ସହ ଜିଲ୍ଲାର ଅନ୍ୟ ଜିଲ୍ଲା ପଗିଷଦ ସଭ୍ୟ ମନେ ଉପସ୍ଥିତ ରହି ତାଙ୍କୁ ଶୁଭେଚ୍ଛା ଓ ଅଭିନଂଦନ ଜଣାଇଛନ୍ତି । ନବ ନର୍ବାଚିତ ଉପାଧ୍ୟକ୍ଷ ଝସକେତନ ବଘାର ଜିଲ୍ଲାର ଗ୍ରାମାଞ୍ଚଳର ବିକାଶକୁ ନେଇ ଉଭୟ ବୀରମହାରାଜପୁର ଏବଂ ସୋନପୁର ବିଧାନସଭା ନିର୍ଵାଚନ ମଣ୍ଡଳୀ ସମାନ ଭାବରେ ଦୃଷ୍ଟି ଦେବେ ବୋଲି ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କହିଛନ୍ତି ।ପ୍ରକାଶଯୋଗ୍ୟ ଯେ ପୂର୍ବରୁ ଶ୍ରୀ ବଘାରଙ୍କ ଧର୍ମପତ୍ନୀ ପଦ୍ମିନୀ ବଘାର ମଧ୍ୟ ଜିଲ୍ଲା ପରିଷଦର ଉପାଧ୍ୟକ୍ଷ  ଦାୟିତ୍ୱରେ ରହି କାର୍ଯ୍ୟ ନିର୍ବାହ କରିସାରିଛନ୍ତି ।
(ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ। )

Comments (0)
Add Comment