ସୁବର୍ଣ୍ଣପୁର ଜିଲ୍ଲା କୋଶଲି କବି କୁଟୁମର ବଣଭୋକି ଓ କବିତା ଆସର ଅନୁଷ୍ଠିତ ।

ସୁବର୍ଣ୍ଣପୁର ,୧୨/୦୧(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ମେଟାକାନୀ ପୀଠ ଠାରେ ସୁବର୍ଣ୍ଣପୁର ଜିଲ୍ଲାର କୋଶଲି କବି କୁଟୁମର ପାରିବାରିକ ବଣଭୋଜି କାର୍ଯ୍ୟକ୍ରମ ଅବସରରେ ଏକ କୋଶଲି କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଯୁବ କୋଶଲି କବି ଡ଼ ଯୁଧିଷ୍ଠିର ଖମାରୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାରସ୍ୱତ ସଭାରେ ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ କମ୍ଭୁଧର ସୁନା ମୁଖ୍ୟ ଅତିଥି, ବିରମହାରାଜପୁର ମହାବିଦ୍ୟାଳୟର ଅର୍ଥନୀତି ବିଭାଗର ବରିଷ୍ଠ ଅଧ୍ୟାପକ ତଥା ବିଶିଷ୍ଠ ଲେଖକ ଯଜ୍ଞେଶ୍ଵର ବିଶି ମୁଖ୍ୟ ବକ୍ତା ଏବଂ ଶିକ୍ଷକ ରଞ୍ଜିତ କୁମାର ମିଶ୍ର,ଯୁବ କବି ତଥା ଏବର୍ଷ ବଣଭୋଜି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ୟୋକ୍ତା ରଞ୍ଜନ କୁମାର ସା ଯୋଗଦାନ କରି ସାରସ୍ୱତ ବାର୍ତ୍ତା ପ୍ରଦାନ କରିଥିଲେ ଏବଂ ଆମ ମାଟିର ଭାଷା କିଭଳି ଭାବରେ ବଞ୍ଚାଇ ରଖିବା ସେଥିପ୍ରତି ଆଲୋଚନା କରିଥିଲେ । ଏହି ଅବସରରେ କବି କୁଟୁମ ର ମୁଖପତ୍ର ‘ବନଫୁଲ’ ଲୋକାର୍ପଣ କରାଯିବା ସହ ଏକ କୋଶଲି କବିତା ଆସର ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାର କବି ଅଖୋଜ କୁମାର ଷାଣ୍ଢ, ରାମେଶ୍ୱର ଛତ୍ରିଆ, ଗଜିନ୍ଦ୍ର ସେଠି, ଗଜାନନ ସାଥୁଆ, ଅଶୋକ କୁମାର ବିଶି, ଚନ୍ଦ୍ରାବତୀ ପାଣ୍ଡେ, ଶାନ୍ତନୁ କୁମାର କର୍ଣ୍ଣ, ନବକିଶୋର ସା, ଅମିତା ପଣ୍ଡା, ତନ୍ମୟବାଳା ମିଶ୍ର, ଶ୍ରଦ୍ଧାଞ୍ଜଳି ପଣ୍ଡା, ଦୀପାନ୍ୱିତା ମାହାଣା, ସୋନୁ ସାହୁ, ଶୁଭଶ୍ରୀ ବିଷ୍ନୁପ୍ରିୟା ସାଥୁଆ, ଶ୍ୟାମା ପଣ୍ଡା, ଟଙ୍କଧର ବାରିକ, ସୋମନାଥ ମେହେର, ଯଜ୍ଞେଶ୍ଵର ବିଶି, ଯୁଧିଷ୍ଠିର ଖମାରୀ, କମ୍ଭୁଧର ସୁନା, ରଞ୍ଜନ କୁମାର ସା ପ୍ରମୁଖ ସ୍ଵ କବିତା ପାଠ କରିଥିଲେ । ଶେଷରେ କବି ଅଖୋଜ କୁମାର ଷାଣ୍ଢ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Comments (0)
Add Comment