ସୁବର୍ଣ୍ଣପୁର ,୨୯/୦୩(ପିପିଟି):ଆଜି ସୁବର୍ଣ୍ଣପୁର ଜିଲ୍ଲା ଓକିଲସଂଘର କୋର୍ଟ ପରିସରରେ ଥିବା ଏମିନିଟି ସେଣ୍ଟରର ସଭାଗୃହରେ ଅନୁଷ୍ଟିତ ହୋଇଯାଇଛି। ସ୍ଥାନୀୟ ଓକିଲ ସଂଘର ସଭାପତି ଭାବେ ଆଇନଜୀବୀ ପ୍ରତାପ କୁମାର ପୁରୋହିତ ନିର୍ବାଚିତ ହୋଇଛନ୍ତି।ଆଜି ଦିନ 9 ଟା ଠାରୁ ମଧ୍ୟାହ୍ନ 3ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହୋଇଥିଲା। ଅପରାହ୍ନ ୪ଟା ରେ ଭୋଟ ଗଣତି ହୋଇ ନିର୍ବାଚନ ଅଧିକାରୀ ବରିଷ୍ଠ ଆଇନଜୀବୀ ସୁଦ୍ଧ ନାରାୟଣ ସାହୁ ସଂଘର ନିର୍ବାଚନ ଫଳାଫଳ ଘୋଷଣା କରିଛନ୍ତି। ସୋନପୁର ବାର ଏସୋସିଏସନ ନିର୍ବାଚନରେ 213 ଆଜି ଜଣ ଓକିଲ ନିଜ ନିଜ ମତାଦାନ ପ୍ରଦାନ କରିଛନ୍ତି। ପ୍ରତାପ କୁମାର ପୁରୋହିତ ୧୧୭ ଟି ଭୋଟ ପାଇ ସଭାପତି ଭାବେ ନିର୍ବାଚିତ ହୋଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଧାନ ଚନ୍ଦ୍ର ପାଣଗ୍ରାହୀ ୯୩ ଟି ଭୋଟ ପାଇଛନ୍ତି। ୦୩ ଭୋଟ ନାକଚ ହୋଇଯାଇଛି।୧୧୦ଟି ଭୋଟ ପାଇ ସମ୍ପାଦକ ଭାବେ ଗଦାଧର ନେଗି ନିର୍ବାଚିତ ହୋଇଛନ୍ତି ଠିକ ସେହିପରି ଉପସଭାପତି ଦଶରଥ ମିଶ୍ର ୧୨୦ ଟି ଭୋଟ ପାଇ ନିର୍ବାଚିତ ହୋଇଛନ୍ତି ଓ ପ୍ରୀୟଜିତ୍ ମିଶ୍ର ସହ ସମ୍ପାଦକ ଲାଇବ୍ରେରୀ ୧୪୬ ଟି ଭୋଟ ପାଇ ନିର୍ବାଚିତ ହୋଇଛନ୍ତି । ପୂର୍ବରୁ ସହ ସଂପାଦିକା ଭାବରେ ପ୍ରଣତି କୁମ୍ଭାର ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିଲେ । କାର୍ଯ୍ୟ ନିର୍ବାହୀ ସଦସ୍ୟ ଭାବରେ ଓଁକାର ପ୍ରଧାନ,ଦାସ ଦିପ୍ତ ମହାପାତ୍ର, ସମ୍ଭୁ ପ୍ରସାଦ ବିଶି, ଓ ସନ୍ତୋଷ କୁମାର ନନ୍ଦ ମନୋନୀତ ହୋଇଛନ୍ତି। ।ସେହିପରି ସହ ନିର୍ବାଚନ ଅଧିକାରୀ ବୃନ୍ଦାବନ ମିଶ୍ର ,ଓ ଦୁଃଖୀ ରାମ ବାଘ କାର୍ଯ୍ୟ ନିର୍ବାହ କରିଥିଲେ । ଛବିଳ ମହାକୁଡ ଓ ଦାମୋଦର ଦାସ ସହଯୋଗ କରିଥିଲେ ।ଚଳିତ ବର୍ଷ ନିର୍ବାଚନରେ ଜଣେ ଯୁବ ସଭପତି ନିର୍ବାଚିତ ହୋଇଥିବାରୁ ଓକିଲ ମହଲରେ ଆନନ୍ଦ ଖେଳି ଯାଇଛି।
ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ