ଉଲୁଣ୍ଡା,୨୮/୦୧(ପିପିଟି); ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକ ଅନ୍ତର୍ଗତ ଖମ୍ବେଶ୍ଵରିପାଲି ନିକଟ ମହାନଦୀ ପଠାରେ ଜିଲ୍ଲା ସ୍ତରୀୟ ଆୟୁର୍ବେଦିକ ବୈଦ୍ୟ ମହାସଂଘର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।ସୁବର୍ଣ୍ଣପୁର ଜିଲ୍ଲା ଆୟୁର୍ବେଦିକ ବୈଦ୍ୟ ମହାସଂଘର ସମ୍ପାଦକ ଗଦାଧର ବାଦୀଙ୍କ ଆବାହକତ୍ଵରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ସଭାପତି କବିରାଜ ଉପେନ୍ଦ୍ର ମେହେର ଅଧ୍ୟକ୍ଷତା କରିଥିବାବେଳେ ସମାଜ ସେବୀ ତଥା ଯୁବ ନେତା ପ୍ରିୟବ୍ରତ ସାହୁ ଅତିଥିଭାବରେ ଯୋଗଦେଇଥିଲେ ।ବୈଠକ ପ୍ରାରମ୍ଭରେ ମହାପ୍ରଭୁ ଧନ୍ମନ୍ତରୀଙ୍କର ପୂଜାର୍ଚନା କରାଯାଇଥିଲା । ବୈଠକରେ ଲୁପ୍ତପ୍ରାୟ ବୃକ୍ଷରାଜି ଓ ଗୁଳ୍ମଳତା ପୁନରୁଦ୍ଧାର ନିମନ୍ତେ ପ୍ରତ୍ୟେକ କବିରାଜମାନେ ନିଜ ନିଜ ବାଡ଼ିରେ ରୋପଣ କରିବା,ପ୍ରତ୍ୟେକ ବ୍ଲକରେ ଆୟୁର୍ବେଦିକ ମାଗଣା ସ୍ୱାସ୍ଥ୍ୟମେଳାର ଆୟୋଜନ କରିବା ସହ ଆଦିବାସୀ ସଂପ୍ରଦ୍ୟାରେ ଲୁକ୍କାୟିତ ହୋଇ ରହିଥିବା ବୈଦ୍ୟ ମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ନେଇ ଆଲୋଚନା ହୋଇଥିଲା ।ଏଥିରେ ଜିଲ୍ଲାର ବହୁ କବିରାଜମାନେ ଯୋଗଦେଇ ଆଲୋଚନାରେ ଭାଗନେଇଥିଲେ ।
(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)