ସୁବର୍ଣ୍ଣପୁର ଜିଲ୍ଲାର ସ୍ମାର୍ଟ ପାର୍କ ସମେତ ବିଭିନ୍ନ ସ୍ଥାନରେ ବିଶ୍ୱ ଯୋଗ ଦିବସ ପାଳିତ ।

ସୁବର୍ଣ୍ଣପୁର ,୨୨/୦୬(ପିପିଟି):ଗତକାଲି  ସୁବର୍ଣ୍ଣପୁର ପୌର ପରିଷଦ ପକ୍ଷରୁ ସ୍ଥାନୀୟ ଫରେଷ୍ଟ ସ୍ମାର୍ଟ ପାର୍କ ଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି । ଏହି ଉପଲକ୍ଷେ ଏକ ସଭା ଅନୁଷ୍ଟିତ ହୋଇଥିଲା । ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଇଂ ମନୋରଞ୍ଜନ ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ଏହି ସଭାରେ ମୁଖ୍ୟ ଅତିଥି ଭାବରେ ପିଡି ଡୁଡ଼ା ଶ୍ରୀ ବିଶ୍ଵନାଥ ବାରିକ୍ ଯୋଗ ଦେଇ ଆମେ ସୁସ୍ଥ ରହିଲେ ସମାଜ କୁ ଏ ଦେଶ କୁ ସୁସ୍ଥ ରଖିବା ବୋଲି କହିଥିଲେ । ପୌର ପରିଷଦ ଅଧ୍ୟକ୍ଷା ତାମସି ତମସ୍ମିତା ନାଏକ , ଜିଲ୍ଲା ଯୋଗ ସମିତି ର ସଭାପତି ଶ୍ରୀ ହରିନାରାୟଣ ଶତପଥି, ଜିଲ୍ଲା ବରିଷ୍ଠ ନାଗରିକ ସଂଘ ସମ୍ପାଦକ ଶ୍ରୀ ଜ୍ୟୋତି ରଂଜନ ପଟ୍ଟନାୟକ ଯୋଗ ଦେଇ ଯୋଗlଭ୍ୟାସ ଓ ଏହାର ଉପକାରିତା ଉପରେ ବୁଝାଇଥିଲେ । ପତଞ୍ଜଳି ଯୋଗ ସମିତି ସଦସ୍ୟ ମନୋରଞ୍ଜନ ତ୍ରୀପାଠୀ ଅତିଥି ଙ୍କୁ ସ୍ଵାଗତ କରି ସଭା ସଂଯୋଜନା କରିଥିବା ବେଳେ ପୌର କର୍ମଚାରୀ ବିଶ୍ୱଜିତ୍ ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ । ଜିଲ୍ଲା ଯୋଗ ସମିତି ସଭାପତି ଶ୍ରୀ ହରି ନାରାୟଣ ଶତପଥି ଓ ବରିଷ୍ଠ ନାଗରିକ ସଂଘ ସମ୍ପାଦକ ଶ୍ରୀ ଜ୍ୟୋତି ରଂଜନ ପଟ୍ଟନାୟକ ଯୋଗ ପ୍ରଶିକ୍ଷକ ଭାବେ ଏଠାରେ ଯୋଗ ଦେଇ ଯୋଗ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ପୌର କର୍ମଚାରୀ, ସ୍ବଚ୍ଛ ସାଥୀ, ପାର୍କ ମର୍ଣିଂ ୱାକର, ସ୍ବଚ୍ଛ ଭାରତ, ବରିଷ୍ଠ ନାଗରିକ ସଂଘ ସମେତ ସହର ର ବହୁ ସ୍ୱେଚ୍ଛା ସେବୀ ଅନୁଷ୍ଠାନର କର୍ମକର୍ତା ଯୋଗ୍ ଦେଇଥିଲେ । ସେହିପରି ସୋନପୁର ବ୍ଲକ ପକ୍ଷରୁ ବିଡ଼ିଓ ସୌମ୍ୟ ରଞ୍ଜନ ସ୍ବାଇଁ ଙ୍କ ତତ୍ଵାବଧାନ ରେ ନ୍ୟୁ ଟାଉନ ହଲ ଠାରେ ଓ ବିଜୁ ପଟ୍ଟନାୟକ ମହିଳା ମହା ବିଦ୍ୟାଳୟ ଠାରେ ଇଂରାଜୀ ଅଧ୍ୟାପକ ମଦନ ସୁନ୍ଦର ଖେତୀ ଙ୍କ ସଂଯୋଜନାରେ ଅନୁଷ୍ଠାନ ସଭାପତି ଅଭିମନ୍ୟୁ କୁଶଳ ଙ୍କ ସଭାପତିତ୍ବ ରେ ବିଶ୍ଵ ଯୋଗ ଦିବସ ମହା ସମାରୋହରେ ପାଳିତ ହୋଇଛି । ମହିଳା କଲେଜ ରେ ଯୋଗ ପ୍ରଶିକ୍ଷକ ଭାବରେ ଶ୍ରୀ ଗୋପାଲଜୀ ଯୋଗଳୟ ର ବରିଷ୍ଠ ସଦସ୍ୟ ନିରଂଜନ ତ୍ରୀପାଠୀ ଓ ଆଇନ୍ଜିବୀ ପ୍ରଦୀପ ପୁରୋହିତ ଯୋଗ ଦେଇ ଯୋଗ ପ୍ରଶିକ୍ଷଣ ପ୍ରଦାନ କରିଥିବା ବେଳେ ବ୍ଲକ୍ ପକ୍ଷରୁ ଆୟୋଜିତ ନିଉ ଟାଉନ୍ ହଲ୍ ଠାରେ ରଶ୍ମି ରଞ୍ଜନ ଦାଶ ପ୍ରଶିକ୍ଷକ ଭାବେ ଯୋଗ ଦେଇଥିଲେ । ଏବିଡିଓ ଶଶି ଭୂଷଣ ପଧାନ, ଇଂ ବିବେକ ପଣ୍ଡା, ନରେଶ ମେହେର, ଶ୍ରୀନିବାସ ପଧାନ୍, ସୁଶୀଳ ମହାପତ୍ର, ଏସ ଡି ସି ଓ ଏଲ ଏମ ନିପୂର୍ ମହାନନ୍ଦ , ସୁମିତ୍ରା ସାହୁ ପ୍ରମୁଖ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Comments (0)
Add Comment