ଉଲୁଣ୍ଡା,୨୭/୦୪(ପିପିଟି): ସୁବର୍ଣ୍ଣପୁର ଜିଲ୍ଲାର ନୃତ୍ୟ, ସଂଗୀତ ନାଟକର ଅଗ୍ରଣୀ ଅନୁଷ୍ଠାନ ପାଏଁରୀ ଠାରେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଆନୁକୂଲ୍ୟରେ ଓଡିଶା ସଂଗୀତ ନାଟକ ଏକାଡେମୀ ଭୁବନେଶ୍ୱର ପକ୍ଷରୁ ଏକ ଦୀକ୍ଷାନ୍ତ କାର୍ଯ୍ୟକ୍ରମ ପଦର୍ଶନ କାର୍ଯ୍ୟକ୍ରମ ଉଦଯାପନ ହୋଇ ଯାଇଛି । ପାଏଁରୀ ଅନୁଷ୍ଠାନ ସହଯୋଗରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଅଞ୍ଚଳରୁ କଳାକାର ମାନେ ଆସି ଗୋଟିଏ ଗୁରୁ ଓ ଦଶ ଜଣ ଶିଷ୍ୟ କଳା ପଦର୍ଶନ କରିଥିବା ବେଳେ ଏହି କାର୍ଯ୍ୟକ୍ରମ ଦ୍ୱାରା ଲୁପ୍ତ ହେବାକୁ ଥିବା ଷୋହଳ ସୁଆଙ୍ଗ ଦଣ୍ଡନାଟ ଲୋକକଳାକୁ ଗୁରୁଶିଷ୍ୟ ପରମ୍ପରା ମାଧ୍ୟମରେ ପୁନଃରୁଦ୍ଧାର ଏହାର ମୂଳଲକ୍ଷ୍ୟ ବୋଲି କୁହାଯାଇଛି ।ଏହି କାର୍ଯ୍ୟକ୍ରମ ପାଏଁରୀ ଅନୁଷ୍ଠାନର ସମ୍ପାଦକ ଚୌଧୁରୀ ବିଭାର ପରିଚାଳନା କରିଥିବା ବେଳେ ଅନୁଷ୍ଠାନର ସଭ୍ୟ ମାନେ ସହଯୋଗ କରିଥିଲେ । ତେବେ ଏହି କାର୍ଯ୍ୟକ୍ରମକୁ ବିଶେଷ ସହଯୋଗ କରିଥିବା ଓଡିଶା ସଂଗୀତ ନାଟକ ଏକାଡେମୀର ସମ୍ପାଦକ ପ୍ରବୋଧ କୁମାର ରଥକୁ ଅଶେଷ ଧନ୍ୟବାଦ ଦିଆଯାଇଛି ।
(ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ। )