ସୁବର୍ଣ୍ଣପୁର ଜିଲ୍ଲାରେ ପିଏମ କେୟାର ଯୋଜନାର ଶୁଭାରମ୍ଭ ।

ସୁବର୍ଣ୍ଣପୁର,୩୦/୦୫(ପିପିଟି): ସମଗ୍ର ଦେଶରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଭିଡ୍ ମହାମାରୀ ସମୟରେ  ଉଭୟ ପିତାମାତା ତଥା ଅବିଭାବକଙ୍କୁ ହରାଇ ଥିବା ଅନାଥ ପିଲାମାନଙ୍କୁ ପିଏମ କେୟାର ଯୋଜନା ମାଧ୍ୟମରେ ବିଭିନ୍ନ ସହାୟତା ପ୍ରଦାନ କରିଛନ୍ତି । ଆଭାସୀ ଜରିଆରେ ପରିଚାଳିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମହିଳା ଏବଂ ବାଳ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ କାର୍ଯ୍ୟାଳୟ ଯୋଡି ହୋଇଥିଲା । ଏହି ଯୋଜନାରେ ଲାଭାର୍ଥି ମାନଙ୍କୁ କେନ୍ଦ୍ର ସରକାରଙ୍କ ଦ୍ବାରା ଦଶ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ସହିତ, ପିଏମ ଜୟ  ହେଲଥ୍ କାର୍ଡ ରେ ପାଞ୍ଚ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା,  ପ୍ରଧାନ ମନ୍ତ୍ରୀଙ୍କ ବ୍ୟକ୍ତିଗତ ପତ୍ର ଇତ୍ୟାଦି ମିଳିବ । ସେହିଭଳି ସେମାନଙ୍କୁ ଓଡିଶା ରାଜ୍ୟ ସରକାରଙ୍କ ପକ୍ଷରୁ ଏପ୍ରିଲ ୨୨ରୁ ପ୍ରତିମାସ ମିଶନ ବାତ୍ସଲ୍ୟ ଯୋଜନା ରେ ଚାରି ହଜାର ଟଙ୍କା,ଶିଶୁ ମାନଙ୍କୁ ଅଠର ବର୍ଷ ହେବାଯାଏଁ ଆଶୀର୍ବାଦ ଯୋଜନାରେ ପ୍ରତିମାସ ଅଢେଇ ହଜାର ଟଙ୍କା ସହାୟତା  ପ୍ରଦାନ କରାଯିବ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ସହିତ ଏହାଙ୍କୁ  ଖାଦ୍ୟ  ନିରାପତ୍ତା ଯୋଜନାରେ ସାମିଲ କରାଯିବ । ଏହାସହିତ ଏହି ପିଲାମାନଙ୍କୁ ନିକଟବର୍ତ୍ତୀ କେନ୍ଦ୍ରୀୟ ବିଦ୍ୟାଳୟ କିମ୍ବା ଭଲ ସ୍କୁଲରେ ଆଡ଼ମିସନ୍ କରାଯିବ । ସୁବର୍ଣ୍ଣପୁର ଜିଲ୍ଲା ରେ ଆଜି ଏହି କାର୍ଯ୍ୟକ୍ରମ ଏନ୍ ଆଇ ସି ଏବଂ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ପିଡି ଡିଆରଡିଏ ଡ଼ୋଲାମଣୀ ପଟେଲ୍ ଏଥିରେ ଅଧ୍ୟକ୍ଷତା କରି ହିତାଧିକାରୀ ମାନଙ୍କୁ ଦଶ ଲକ୍ଷ ଟଙ୍କାର ବ୍ଯାଙ୍କ ପାସବୁକ ସହିତ ଉପରୋକ୍ତ ସମସ୍ତ ସହାୟତା ପ୍ରଦାନ କରିଥିଲେ । ଏହି ଯୋଜନାରେ ଜିଲ୍ଲାର  ମହୁଲେ ଗ୍ରାମର ମନ୍ଦାକିନୀ ଓ ସୁଵାସିନୀ ମହାନନ୍ଦ, ସାନ ଫଟାମୁଣ୍ଡା ର ସିଦ୍ଧାନ୍ତ ଓ ସ୍ମୃତି ଭୁଏ ଏବଂ ରକ୍ସା ଗାଁ ର ସ୍ମିତାଞ୍ଜଳି କୁଅଁର ହିତାଧିକାରୀ ଭାବରେ ଉପସ୍ଥିତ ଥିଲେ । ଏମାନଙ୍କୁ ଏହାସହିତ ଜିଲ୍ଲା ପ୍ରଶାସନ ତରଫରୁ ସ୍କୁଲ ବେଗ,  ଛତା ଏବଂ ପାଣି ବୋତଲ ଉପହାର ଦିଆଯାଇଥିଲା । ଆଜିକାର କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ବରିଷ୍ଠ ଆଇନଜୀବୀ ମଧୁସୂଦନ ପଧାନ,କିଶୋର ନ୍ୟାୟ ବୋର୍ଡ ସଭ୍ଯ ଆଇନଜୀବୀ ଛବିଳ କର୍ଣ୍ଣ,ମଞ୍ଜୁଲତା ବାବୁ, ଏନ୍ଆଇସି ଅଧିକାରୀ ବିକାଶ  ନାୟକ, ଶିଶୁ ସୁରକ୍ଷା ଅଧିକାରୀ ବିଜୟ କୁମାର ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ ସଭା ପରିଚାଳନା କରିଥିଲେ ଏବଂ ଏଥିରେ କେଶବ ଚନ୍ଦ୍ର ମେହେର, ମାଳତୀ ଜେନା, ରଜନୀକାନ୍ତ ରଥ,ଜିତେନ୍ଦ୍ରିୟ ନାୟକ,ଥବିର କାଲସେ ,ସ୍ଵାଗତ ରାଜ ମିଶ୍ର, ବିଶ୍ଵେଶ୍ଵର ହୋତା,ରୁଦ୍ରପ୍ରସନ୍ନ ମିଶ୍ର  ପ୍ରମୁଖ ସହଯୋଗ କରିଥିଲେ ।

(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)

Comments (0)
Add Comment