ସୁବର୍ଣ୍ଣପୁରରେ ପ୍ରଥମ ପଶ୍ଚିମ ଓଡିଶା ତାଇକଣ୍ଡୋ ଚାମ୍ପିୟନସିପ-୨୦୨୨ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ

ସୁବର୍ଣ୍ଣପୁର,୦୫/୦୧(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ତାଇକଣ୍ଡୋ ସଂଘ ପକ୍ଷରୁ ସୋନପୁର ସହର କସ୍ତୁରୀ ହୋଟେଲ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଜାନୁୟାରୀ ୧୫ ଏବଂ ୧୬ ତାରିଖ ଦୁଇଦିନଧରି ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରଥମ ପଶ୍ଚିମ ଓଡିଶା ତାଇକଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁଥିବାବେଳେ ଆଜି ଏନେଇ ପ୍ରସ୍ତୁତି ବୈଠକରେ ସବିଶେଷ ଆଲୋଚନା କରାଯାଇଥିଲା । ଓଡିଶା ତାଇକଣ୍ଡୋ ସଂଘ ପୁରୀ ସଂପାଦକ ମନମୋହନ ଭଂଜଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବାକୁଥିବାବେଳେ ସୁବର୍ଣ୍ଣପୁର ଜିଲ୍ଲା ତାଇକଣ୍ଡୋ ସଂଘ ଏହି ପ୍ରତିଯୋଗିତାକୁ ପରିଚାଳନା କରିବାକୁ ଯାଉଛି । ଏହି ପ୍ରତିଯୋଗିତାରେ ଆୟୋଜକ ସୁବର୍ଣ୍ଣପୁର ଜିଲ୍ଲା ତାଇକଣ୍ଡୋ ସଂଘ ସମେତ ପଶ୍ଚିମ ଓଡିଶାର ବୌଦ୍ଧ, ବଲାଙ୍ଗୀର,ବରଗଡ,ନୁଆଁପଡା,ଝାରସୁଗୁଡା,ସୁନ୍ଦରଗଡ,ସମ୍ବଲପୁର,ଦେବଗଡ ଏବଂ କଳାହାଣ୍ଡି ଜିଲ୍ଲାର ମୋଟ ୩୦୦ ରୁ ଉୁର୍ଦ୍ଧ୍ୱ ଖେଳାଳୀ ଅଂଶଗ୍ରହଣ କରିବାକୁ ଚୁଡାନ୍ତ ହୋଇଛି । ଅନୁଷ୍ଠିତ ହେବାକୁଥିବା ଏହି ଜୋନାଲ ସ୍ତରୀୟ ତାଇକଣ୍ଡୋ ପ୍ରତିଯୋଗିତାରେ ଆନ୍ତର୍ଜାତୀୟ ସ୍ତରୀୟ ପ୍ରତିଯୋଗିତା ଭଳି ପିଏସସ ଏବଂ ଇଏସଏସ ର ବ୍ୟବହାର କରାଯିବ । ଖେଳ ପରିଚାଳନା କରିବାକୁ ଓଡିଶାର ବଛା ବଛା ଜାତୀୟ ସ୍ତରର ରେଫରୀମନେ ମଧ୍ୟ ଆସିବାକୁ ସ୍ୱିକୃତି ପ୍ରଦାନ କରିଛନ୍ତି । ସବଜୁନିଅର,କ୍ୟାଡେଟ,ଜୁନିଅର ଏବଂ ସିନିଅର ବର୍ଗରେ ଉଭୟ ପୁମସେ ଓ ଖ୍ୟୁରୋଗୀ ପ୍ରତିଯୋଗିତା ଅନୁଷ୍ଠିତ ହେବ । ସୁବର୍ଣ୍ଣପୁର ଜିଲ୍ଲା ତାଇକଣ୍ଡୋ ସଂଘର ସଭାପତି ରବୀନ୍ଦ୍ର ହୋତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ବୌଦ୍ଧ ଜିଲ୍ଲା ତାଇକଣ୍ଡୋ ସଂଘ ସଂପାଦକ ଅଂଜିତ କୁମାର ସାହୁ,ବଲାଙ୍ଗୀର ଜିଲ୍ଲା ତାଇକଣ୍ଡୋ ସଂଘ ସଂପାଦକ ଅସିମ ଭୋଇ ଏବଂ ବରଗଡ ଜିଲ୍ଲା ତାଇକଣ୍ଡୋ ସଂଘ ସଂପାଦକ ବିଜୟ କୁମାର ଭୋଇ ପ୍ରମୁଖ ଯୋଗଦେଇଥିଲେ । ସୁବର୍ଣ୍ଣପୁର ଜିଲ୍ଲା ତାଇକଣ୍ଡୋ ସଂଘର ସଂପାଦକ ଏହେସାସ ହୋତା ଏହି ବୈଠକକୁ ପରିଚାଳନା କରିଥିଲେ ।

(ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ। )

Comments (0)
Add Comment