ସୁବର୍ଣ୍ଣପୁରରେ ନେତ୍ର ଉତ୍ସବ ପାଳିତ ।

ସୁବର୍ଣ୍ଣପୁର ,୨୬/୦୬(ପିପିଟି):ପ୍ରଭୂ ଙ୍କ ଦୀର୍ଘ ୧୫ ଦିନର ଅଣସର ଲୀଳା ପରେ ଆଜି ଶ୍ରୀ ଜଗନ୍ନାଥ ମହାପ୍ରଭୁ ଙ୍କ ନେତ୍ର ଉତ୍ସବ ଓ ନବ ଯୌବନ ବେଶ ପାଇଁ ସୁବର୍ଣ୍ଣପୁରର ଶ୍ରୀ ଜଗନ୍ନାଥ ମନ୍ଦିର , ଶ୍ରୀ ଦଧି ବାମନ ମନ୍ଦିର ଓ ଶ୍ରୀ ବୃନ୍ଦାବନ ବିହାରୀ ମନ୍ଦିର ଭକ୍ତ ଙ୍କ ସମାଗମ ରେ ଚଳ ଚଞ୍ଚଳ ହୋଇ ଉଠିଛି । ରାଜା ରାଜୁଡ଼ା ଅମଳ ରୁ ସ୍ୱର୍ଗତ ଭାଗିରଥି ମହାରଣା ଙ୍କ ସୁପୁତ୍ର ବାଗ୍ଚି ମହାରଣା ପରମ୍ପରା ଅନୁସାରେ ଆଜି ଦିନ କ ପାଇଁ ନେତ୍ର ଉତ୍ସବ ରେ ରାଜା ଭୂମିକା ର ଦାୟିତ୍ବ ତୁଲାଇ ଛନ୍ତି । ସହର ର ସମସ୍ତ ଜଗନ୍ନାଥ ମନ୍ଦିର ରେ ପ୍ରଭୁ ଙ୍କ ରିତି ନୀତି ଆଜି ପଞ୍ଚ ମୂଳ ଦଶ ମୂଳ ଅର୍ପଣ କରଯାଇଛି । ଏବଂ ସୁନ୍ଦରାକଣ୍ଡ ସହ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ଯ କ୍ରମ ସହ ନେତ୍ର ଉତ୍ସବରେ ପ୍ରଭୂଙ୍କ ନବ ଯୌବନ ବେଶ ଦର୍ଶନ ପାଇଁ ଆଜି ସବୁଠି ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ଜଗନ୍ନାଥ, ଦଧିବାମନ ଓ ବୃନ୍ଦାବନ ବିହାରୀ ମନ୍ଦିରରେ ପୂଜକ ରାମ ଗୋପାଳ ପୁଝାରୀ , ଦେବେଶ ମିଶ୍ର, ପଣ୍ତିତ ରାଜେନ୍ଦ୍ର ମହାପାତ୍ର ରିତୀ କାନ୍ତି ସହ ଆଜି ପୂଜାର୍ଚ୍ଚନା କରିଥିବା ବେଳେ ଦେବୋତ୍ତାର କମିଟି ପକ୍ଷରୁ ଶ୍ରୀବତ୍ସ ମଲ୍ଲିକ, ବୈକୁଣ୍ଠ ଶତପଥିଙ୍କ ସମେତ ସମସ୍ତ ସଦସ୍ୟ ଓ ମନ୍ଦିର ସେବାୟତ ଉତ୍ସବରେ ସହଯୋଗ କରିଥିଲେ ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Comments (0)
Add Comment