ସୁବର୍ଣ୍ଣପୁରରେ ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଜିଲ୍ଲାସ୍ତରୀୟ ସାରସ୍ୱତ ସମାରୋହ ଅନୁଷ୍ଠିତ ।

ଉଲୁଣ୍ଡା,୧୬/୦୫(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ରାମେଶ୍ୱର ସଙ୍ଗମ ସନ୍ନିକଟସ୍ଥ ତ୍ରିବେଣୀ ସଙ୍ଗମ ଠାରେ ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଜିଲ୍ଲାସ୍ତରୀୟ ସାରସ୍ଵତ ସମାରୋହ ଅନୁଷ୍ଠିତ ହୋଇଯାଇଛି। ରାମେଶ୍ଵର ତ୍ରିବେଣୀ ସଙ୍ଗମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ପ୍ରଥମ ଅଧିବେସନରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ମିଶ୍ର , ସଭା ମୂଖ୍ୟ ଭାବରେ ଓଡିଶା ସାହିତ୍ୟ ଏକାଡେମୀ ସଭାପତି ଡକ୍ଟର ହୃଷିକେଶ ମଲ୍ଲିକ ଏବଂ ସମ୍ମାନୀତ ଅତିଥି ମହାନଦୀ ସାହିତ ସଂସଦ ସଭାପତି ନାଟ୍ୟଶ୍ରୀ ଗଦାଧର ବାରିକ,ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଡ଼,ଦେବାଶିଷ ପାଣ୍ଡିଆ,ଡକ୍ଟର ପୁରୁଷୋତ୍ତମ ମିଶ୍ର,ଡକ୍ଟର ସଞ୍ଜୟ ପଣ୍ଡା ପ୍ରମୁଖ ମଞ୍ଚାସୀନ ହୋଇ “ସନ୍ଥସାହିତ୍ୟକୁ ସୁବର୍ଣ୍ଣପୁର ର ଦାନ” ଶୀର୍ଷକ ଏକ ଆଲୋଚନାଚକ୍ର ରେବିଭିନ୍ନ ତଥ୍ୟସମ୍ବଳିତ ଉପାଦେୟ ତଥ୍ୟ ସବୁକୁ ଆଲୋଚନା କରିବାସହ ସନ୍ଥ ୟଙ୍କ ବିଚାର ଓ ଦର୍ଶନ ଯେବେ ଲିଖିତ ର ସ୍ୱରଭାବରେ ପ୍ରତିପାଦିତ ହୁଏ ତାହା ହିଁ ସନ୍ଥସାହିତ୍ୟ ଭାବରେ ପରିପ୍ରକାଶ ପାଇଥାଏ ବୋଲି ମତ ରଖିଥିଲେ। ଏଅବସରରେ ସୂସାହିତ୍ୟକ ବେଣୁଧର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଦ୍ୱିତୀୟ ଅଧିବେସନରେ ଆଲୋଚକ ଭାବରେ ମୁଖ୍ୟଅତିଥି ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଗୋରେଖ ନାଥ ସାହୁ ଏବଂ ବିଶିଷ୍ଟ ଅତିଥି ରୂପେ ଡକ୍ଟର ରଘୁନାଥ ମେହେର ମଞ୍ଚାସୀନ ହୋଇଥିଲେ। ସମ୍ମାନୀତ ଅତିଥି ରୂପେ ଡକ୍ଟର ସୌରଭ ଖମାରୀ, ଡକ୍ଟର ଅନିରୁଦ୍ଧ କୁରୁକୁରିଆ ଗବେଷକ ସୁଦାମ ନାଏକ ପ୍ରମୁଖ ମଞ୍ଚାସୀନ ହୋଇ ସାରଗର୍ଭକ ତଥ୍ୟମାନ ପ୍ରଦାନ କରିଥିଲେ ।ତୃତୀୟ ଫର୍ଦ୍ଦର କବିତା ପାଠୋତ୍ସବରେ ଶିକ୍ଷାବିତ ବ୍ରଜମୋହନ ଦାନୀ ମୂଖ୍ୟ ଅତିଥି ଭାବରେ ମଞ୍ଚାସୀନ ଥିଲେ ।ସମ୍ମାନୀତ ଅତିଥି ଆର୍ତ୍ତତ୍ରାଣ
ବାବୁ ଏବଂ ଶ୍ୟାମାଓଁ ପ୍ରସାଦ ମିଶ୍ର ମଞ୍ଚାସୀନ ଥିଲେ।କବିତା ସବୁକୁ ଲକ୍ଷ୍ମୀନାରାୟଣ ସାହୁ , ଦେବଯାନୀ ମେଷୁଆ ଓ ଅଦୈତ କୁମାର ପଣ୍ଡା ପ୍ରମୁଖ ସଂଯୋଜନା କରିଥିଲେ ଏହିକବିତା ପାଠୋତ୍ସବରେ ଜିଲ୍ଲାର ଅନ୍ୟୁନ ୫୦ଜଣ କବି ନିଜ ନିଜର ସ୍ୱରଚିତ କବିତା ଆବୃତି କରିଥିଲେ। ସଂଧ୍ୟାରେ ବହୁଆକାଂକ୍ଷିତ ମହାନଦୀ ସାହିତ୍ୟ ସଂସଦ ପକ୍ଷରୁ ମହାନଦୀ ଉତ୍ସବ ୨୦୨୨ଅନୁଷ୍ଠିତ ହୋଇଥିଲା ଜିଲ୍ଲା ସଂସ୍କୃତି ପରୀଷଦ,ମହାନଦୀ ସଙ୍ଗମ ଆଳତୀ ଅନୁଷ୍ଠାନ, ମହାନଦୀ ସାହିତ୍ୟ ସଂସଦର ମିଳିତ ଏହି କାର୍ଯ୍ୟକ୍ରମରେ ଏଥିରେ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସହ ଜିଲ୍ଲାର ସାହିତ୍ୟ ସଂସ୍କୃତି ନାଟକ ଓ ଯୁବପ୍ରତିଭା ସମ୍ମାନରେ କୈବଲ୍ୟ ମିଶ୍ର, ଯୁଧିଷ୍ଠିର ବାରିକ, ସୁରୁ ସାହୁ ଓ ଚୌଧୁରୀ ବିଭାରଙ୍କୁ ଅନୁଷ୍ଠାନ ତରଫରୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇଥିଲା। ପରେ ଢେର ରାତିଯାଏ ଅନେକ ଦର୍ଶକ ସଙ୍ଗମସ୍ଥଳରେ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ଉଠାଇଥିଲେ ।
(ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ। )

Comments (0)
Add Comment