ସୁବର୍ଣ୍ଣପୁର ,୧୩/୦୭(ପିପିଟି):ଗୁଣ୍ଡିଚା ମନ୍ଦିର ଠାରେ ଆଜି ସପ୍ତମୀ ଶୁକ୍ରବାର ଦିନ ଚତୁ୍ଦ୍ଧାମୂର୍ତ୍ତି ଭକ୍ତଙ୍କୁ ବୌଦ୍ଧ ଅବତାର ପଦ୍ମମୁଖ ବେଶରେ ଦର୍ଶନ ଦେଇଛନ୍ତି । କଥାରେ ଅଛି ଆଡପ ମଣ୍ଡପରେ ପ୍ରଭୁଙ୍କୁ ବିଭିନ୍ନ ବେଶ ଦର୍ଶନ ମହାପୁଣ୍ୟ ଓ ଅନେକ ଫଳ ପ୍ରାପ୍ତି ଅଟେ। ମହାପ୍ରଭୁଙ୍କ ଦିବ୍ୟ ଲୀଳା କୁ ଦେଖିବାକୁ ଭକ୍ତ ଓ ଶ୍ରଦ୍ଧାଳୁt ମାନେ ଲମ୍ବା ଧାଡ଼ିରେ ରହି ଦର୍ଶନ କରିଥିବା ଭକ୍ତ ମାନଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଦେଖିବକୁ ମିଳିଛି l ଶୃଙ୍ଖଳିତ ଦର୍ଶନ ପାଇଁ ରଥଯାତ୍ରା କମିଟି ଓ ପୋଲିସ୍ ପକ୍ଷରୁ ସୁ ବନ୍ଦୋବସ୍ତ କରାଯାଇଛି। ଏହି ଅବସରରେ ବଡ଼ବଜାର ଗୁଣ୍ଡିଚା ମନ୍ଦିର ଠାରେ ସନ୍ଧ୍ୟା ସମୟ ରୁ ରାତି ପର୍ଯ୍ୟନ୍ତ ପ୍ରତ୍ୟହ ଭଜନ କାର୍ଯ୍ୟକ୍ରମ ଅନୁଷ୍ଟିତ ହେଉଛି l ଏହି କାର୍ଯ୍ୟକ୍ରମକୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭଜନ ସଂଗୀତ ର ମଜା ନେଇଥିବା ବେଳେ ଆଜି ଭଟଲି ର ଫୋକ ଡ୍ୟlନ୍ସ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଈ ଥିଲା l ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମାଝୀ ଓ ସମାଜ ସେବୀ ଶ୍ରୀବତ୍ସ ମଲ୍ଲିକ ଯୋଗ ଦେଇ ଏହାକୁ ଶୁଭ ଉଦ୍ଘାଟନ କରିଥିଲେ l ସେହିପରି ବୃନ୍ଦାବନ ମନ୍ଦିରରେ ପ୍ରଭୁ ଜଗନ୍ନାଥ ପଦ୍ମ ମୁଖ ଅବତାରରେ ଭକ୍ତମାନଙ୍କୁ ଦର୍ଶନ ଦେଉଥିବା ବେଳେ ବଡ଼ଠାକୁର ପ୍ରଭୁ ଦଧିବାମନ ମଝିପଡାଠାରେ ମଧ୍ୟ ପଦ୍ମ ମୁଖ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ଓ ଥନାପତି ପଡାରେ ମଧ୍ୟ ଶ୍ରଦ୍ଧାଳୁ ପ୍ରଭୁ ଜଗନ୍ନାଥଙ୍କ ଦିବ୍ୟ ଲୀଳା ଦର୍ଶନ କରୁଛନ୍ତି।
ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ