ସୁବର୍ଣ୍ଣପୁରରୁ ଗଡିଲା ଟ୍ରେନ , ପ୍ରଧାନମନ୍ତ୍ରୀ କଲେ ଶୁଭ ଉଦଘାଟନ ।

ଉଲୁଣ୍ଡା ,୦୩/୦୨(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବାସୀଙ୍କ ଦୀର୍ଘ ବର୍ଷର ସ୍ବପ୍ନ ଆଜି ସାକାର ହୋଇଛି । ଆଜି ଠାରୁ ପାତାଳୀ ଶ୍ରୀକ୍ଷେତ୍ର ସୁବର୍ଣ୍ଣପୁର ଜିଲ୍ଲା ରୁ ପୁରୀ ଶ୍ରୀ କ୍ଷେତ୍ର କୁ ଟ୍ରେନ ସେବା ର ଶୁଭ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଆଇ ଆଇ ଏମ ସମ୍ବଲପୁର ଗସ୍ତରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଞ୍ଚି ସମ୍ବଲପୁରରୁ ଭିଡିଓ କନ୍‌ଫରେନ୍ସ ଜରିଆ ରେ ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ସୁବର୍ଣ୍ଣପୁର ରେଳ ଷ୍ଟେସନର ଲୋକାର୍ପଣ କରିବା ସହ ଟ୍ରେନ୍ ସେବାକୁ ଶୁଭାରମ୍ଭ କରିଥିଲେ l ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସହ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସ୍ଥାନୀୟ ଲୋକ ପ୍ରତିନିଧୀ ମାନେ ଉପସ୍ଥିତ ରହିଥିଲେ l ଆଜି ରେଳ ଚଳାଚଳ ଶୁଭାରମ୍ଭ ହୋଇଥିବା ବେଳେ ଭୁବନେଶ୍ଵର ବଲାଙ୍ଗୀର ଇଣ୍ଟରସିଟି କୁ ସମ୍ପ୍ରସାରଣ କରି ସୁବର୍ଣ୍ଣପୁରରୁ ଭୁବନେଶ୍ବର ଓ ସୁବର୍ଣ୍ଣପୁରରୁ ସାପ୍ତାହିକ ପୁରୀ ଟ୍ରେନ ଚଳାଚଳ କରିବ ବୋଲି ପୂର୍ବତଟ ରେଳପଥ କର୍ତ୍ରୁପକ୍ଷ ଙ୍କ ଠାରୁ ସୁଚନା ଦିଆଯାଇଛି। ଏହା ଫଳରେ ଅଞ୍ଚଳବାସୀଙ୍କ ଦୀର୍ଘ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଛି ଏଵଂ ଲୋକେ ପ୍ରଥମ ଥର ପାଇଁ ଟ୍ରେନ୍ ସେବା ପାଇପାରିବେ ଓ ଆଜି ପ୍ରଧାନମନ୍ତ୍ରୀ ଙ୍କ ଉଦ୍ଘାଟନୀ ଅବସରରେ ଏକ ସ୍ପେଶlଲ ଟ୍ରେନ ସୋନପୁର ରୁ ପୁରୀ ଯାତ୍ରା ଆରମ୍ଭ କରିବ l ଏଥି ପାଇଁ ଆଜି ଜିଲ୍ଲାବାସୀ ଙ୍କ ବେଶ ଖୁସି ଓ ଉତ୍କଣ୍ଠା ଦେଖିବାକୁ ମିଳିଥିବା ବେଳେ ଏହି ଲୋକାର୍ପଣ ଉତ୍ସବ ରେ ସୋନପୁର ରେଳ ଷ୍ଟେସନ ରେ ହଜାର ହଜାର ଲୋକ ଙ୍କ ଭିଡ ଜମିଛି l

ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ

Comments (0)
Add Comment