ସୁନିତା ସାହୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ।

କୋଦଳା,୦୬/୦୪(ପିପିଟି); ବେଗୁନିଆପଡା ବ୍ଲକ ଚନ୍ଦନପୁର ପଞ୍ଚାୟତ ସମିତିସଭ୍ୟ ଉପନିର୍ବାଚନରେ ବିଜେଡି ବିଧାୟିକା ଲତିକା ପ୍ରଧାନ ସମର୍ଥିତ ସ୍ବର୍ଗତ ସୁବଳ ସାହୁଙ୍କ ପତ୍ନୀ ସୁନିତା ସାହୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ନେଇ ବିଡ଼ିଓ ବେଦବର ପ୍ରଧାନ ଆଜି ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଛନ୍ତି । ନିୟମ ଅନୁଯାଇ ଦୁଇଟି ସନ୍ତାନ ରୁ ଅଧିକ ଥିଲେ ନିର୍ବାଚନ ଲଢ଼ିପାରିବେ ନାହିଁ ବୋଲି ଆଇନ ଅଛି । ଏଣୁ ସମସ୍ତ ପ୍ରମାଣକୁ ଆଧାର କରି ବିଜେପି ସମର୍ଥିତ ପ୍ରାର୍ଥୀ କୁନା ସ୍ବାଇଙ୍କ ଚାରିଗୋଟି ସନ୍ତାନ ଥିବା ଜଣାପଡିବା ପରେ ତାଙ୍କ ପ୍ରାର୍ଥୀପାତ୍ର ନାକାଚ କରାଯାଇଛି ଏବଂ ସୁନିତା ହିଁ ଏକମାତ୍ର ପ୍ରାର୍ଥୀ ବୋଲି ବିଡ଼ିଓ ପ୍ରକାଶ କରିଛନ୍ତି । ଏହାକୁ ନେଇ ବେଗୁନିଆପଡା ବ୍ଲକ ନିକଟସ୍ଥ କଲ୍ୟାଣ ମଣ୍ଡପ ପରିସରରେ ବେଗୁନିଆପଡା ବିଜେଡିର ଏକ ସାମ୍ବାଦିକ ସମ୍ମିଳନୀ ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରାଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି ।ବେଗୁନିଆପଡାରେ ପୁଣି ଥରେ ପ୍ରମାଣିତ ହୋଇଛି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ଲୋକପ୍ରିୟତା । ଚନ୍ଦନପୁର ପଞ୍ଚାୟତ ସମିତି ସଭ୍ୟ ପଦ ଉପନିର୍ବାଚନରେ ନିର୍ଦ୍ବନ୍ଦରେ ନିର୍ବାଚିତ ହେଲେ ସୁନିତା ସାହୁ । କିନ୍ତୁ ରୋଚକ କଥା ହେଲା ଚନ୍ଦନପୁର ପଞ୍ଚାୟତ ସମିତି ସଭ୍ୟ ପଦ ଉପନିର୍ବାଚନ ପାଇଁ ଗତକାଲି ପାର୍ଥି ପତ୍ର ଦାଖଲ ଚାଲିଥିବା ବେଳେ କିଛି ଅପ୍ରିତିକାର ପରିସ୍ଥିତି ଶୃଷ୍ଟି ହୋଇଥିଲାକି ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ରେ ସଭାପତି କହିଥିଲେ ଯେ ଆମେ ସବୁବେଳେ ଶାନ୍ତି ଚାହୁଁ,ଚନ୍ଦନପୁର ପଞ୍ଚାୟତର ସମିତି ସଭ୍ୟ ଉପନିର୍ବାଚନ ପାଇଁ ପଞ୍ଚାୟତ ବାସୀଙ୍କ ସର୍ବସମ୍ମତି କ୍ରମେ ସୁନିତା ସାହୁଙ୍କୁ ସମିତି ସଭ୍ୟ ଭାବେ ପାର୍ଥି କରାଯାଇଥିଲା ଏବଂ ସେ ଗତ କାଲି ପାର୍ଥିପତ୍ର ଦାଖଲର ଶେଷ ତାରିଖ ଥିବା ଯୋଗୁଁ ଶ୍ରୀମତୀ ସାହୁ କବିସୂର୍ଯ୍ୟନଗର ବିଧାୟିକାଙ୍କ ଉପସ୍ଥିତିରେ ନିଜର ପାର୍ଥି ପତ୍ର ଦାଖଲ କରିଥିଲେ । ଏହି ସମୟରେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ଗତ ସାଧାରଣ ନିର୍ବାଚନରେ ବିଜେପି ପାର୍ଥି ହୋଇ ପରାଜୟ ବରଣ କରିଥିବା ରଞ୍ଜନ ପଳାଇ ନିଜ ସମର୍ଥକଙ୍କ ସହ ଆସି ବ୍ଲକ ଅଧକ୍ଷାଙ୍କ କାର୍ଯ୍ୟଳୟରେ ପ୍ରବେଶ କରି ବିଧାୟିକାଙ୍କ ସହ ଯୁକ୍ତିତର୍କ କରିଥିଲେ ଏବଂ ଅନ୍ୟ ଏକ ପଞ୍ଚାୟତର ଜଣେ ବ୍ୟକ୍ତିଙ୍କ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ବୋଲି ବ୍ଲକ ସଭାପତି କହିଥିଲେ । ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ କଥା ହେଲା ଶ୍ରୀ ପଲାଇଙ୍କ ଉପସ୍ଥିତିରେ ପାର୍ଥିପତ୍ର ଦାଖଲ କରିଥିବା କୁନା ସ୍ୱାଇଁଙ୍କ ପାର୍ଥିପତ୍ର ଚାରିଗୋଟି ସନ୍ତାନ ଥିବାରୁ ନାକଚ ହୋଇଛି । ପ୍ରାର୍ଥୀପତ୍ର ଦାଖଲପରେ ସୁନିତା ସାହୁ ଅଭିଯୋଗ କରିଥିଲେ ଯେ କୁନା ସ୍ୱାଇଁଙ୍କ ଚାରିଗୋଟି ସନ୍ତାନ ରହିଛି ଯାହାକି ନିର୍ବାଚନ ଲଢ଼ିବା ପାଇଁ ସେ ଯୋଗ୍ୟ ନୁହଁନ୍ତି ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ । ଏହାର ତଦନ୍ତ ପରେ ପ୍ରମାଣିତ ହେଲାଯେ ଶ୍ରୀମତୀ ସାହୁଙ୍କ ଅଭିଯୋଗ ସତ୍ୟ ତେଣୁ ସେ ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲେବୋଲି ବିଡ଼ିଓ କହିଥିଲେ । ତେବେ ଏଭଳି ଗୁଣ୍ଡା ଗର୍ଦ୍ଦି ଓ ମିଥ୍ୟା ଅଭିଯୋଗ କରି ବିଜୁ ଜନତା ଦଳକୁ ବଦନାମ କରିବାକୁ ବିଜେପି ଚେଷ୍ଟା କରୁଛି କହିଛି ବିଜେଡି । ଶ୍ରୀମତୀ ସାହୁ ନିର୍ଦ୍ବନ୍ଦରେ ନିର୍ବାଚିତ ହେବା ପୁଣିଥରେ ନବୀନ ଓ ବିଧାୟିକାଙ୍କ ଲୋକପ୍ରିୟତା ଏବଂ ଧର୍ମର ବିଜୟ ହୋଇଛି ବୋଲି କହିଛନ୍ତି ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା । କିଛିଦିନ ପୂର୍ବରୁ ମଧ୍ୟ କୁମ୍ଭାରଗାଁ ସରପଞ୍ଚ ଉପ ନିର୍ବାଚନ ରେ ମଧ୍ୟ ବିଧାୟିକା ସମର୍ଥିତ ସରପଞ୍ଚ ନିର୍ବିରୋଧ ବିଜୟ ଲାଭ କରିଥିଲେ । ଏହାକୁ ନେଇ ବିଜୟୀ ସମିତିସଭ୍ୟା ସୁନିତା ସାହୁ ମୁଖ୍ୟମନ୍ତ୍ରୀ, ବିଧାୟିକା, ପଞ୍ଚାୟତବାସି, ବ୍ଲକ ସଭାପତି ଙ୍କୁ କୃତଜ୍ଞତା ଜଣାଇବା ସହିତ ସ୍ୱାମୀଙ୍କ ଅଧୁରା କାର୍ଯ୍ୟକୁ ଶେଷ କରିବି ବୋଲି କହିଥିଲେ ।

(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ। )

Comments (0)
Add Comment