କୋଦଳା,୨୫/୧୧(ପିପିଟି):ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଆର ବି ଏସ କେ ଟିମ ଦ୍ୱାରା ହଂତୁଳି ଗ୍ରାମର ହରିହର ନାୟଙ୍କ ୧୧ ବର୍ଷର ପୁଅ ସ୍ମୃତି, ଷଣ୍ଢମୂଳ ଗ୍ରାମର ସଞ୍ଜୟ ସ୍ୱାଇଙ୍କ ୬ ବର୍ଷର ଝିଅ ସ୍ନେହା,ଶାଳବଣ ଗ୍ରାମର ସୁଶାନ୍ତ ସ୍ୱାଇଁଙ୍କ ୬ ବର୍ଷର ପୁଅ ରାହୁଲ, ଯୋଗିଆଗୁଳା ଗ୍ରାମର ଶିବରାମଙ୍କ ୪ ବର୍ଷର ପୁଅ ରୋଶନ ଉଚ୍ଚ ଚିକିତ୍ସା ପାଇଁ ମୁମ୍ବାଇର ଏସ ଆର ସି ସି ହସ୍ପିଟାଲକୁ ପଠା ଯାଇଛି । ସୂଚନା ଥାଉକି କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆର ବି ଏସ କେ ଟିମ ଦ୍ୱାରା ସ୍କୁଲ ଓ ଅଙ୍ଗନୱାଡି ପରିଦର୍ଶନ ଓ ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ ସେମାନଙ୍କର ଛାତିରେ ଛିଦ୍ର ଅଛି ଜାଣିବାକୁ ପାଇଥିଲେ । ସେମାନଙ୍କୁ ପ୍ରଥମେ ବ୍ରହ୍ମପୁରର ସିଟି ହସ୍ପିଟାଲରେ ଥିବା ଡି ଇ ଆଇ ସି କୁ ନେଇଥିଲେ ସେଠାରେ ଇକୋ କରାଇଥିଲେ ଓ ଆଜି ତାକୁ ବ୍ରହ୍ମପୁରଠାରୁ ମୁମ୍ବାଇର ଏସ ଆର ସି ସି ହସ୍ପିଟାଲକୁ ପଠା ଯାଇଛି । ଏହିପରି ଗଞ୍ଜାମ ଜିଲ୍ଲାର ଅନ୍ୟାନ୍ୟ ବ୍ଲକ ସ୍ତରରୁ ଚି଼ହ୍ନଟ ହୋଇଥିବା ଆଉ ୨୮ ଜଣ ଶିଶୁଙ୍କୁ ମଧ୍ୟ୍ୟ ପଠାଯାଇଛି ! କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ଅଧିକାରୀ ଡା ଆଦିତ୍ୟ ପ୍ରସାଦ ସାହୁ, ଆର ବି ଏସ କେ ଟିମର ସମସ୍ତ ଆୟୁଷ ଡାକ୍ତର,ଫାର୍ମାସିଷ୍ଟ, ଏଏନଏମ ଏବଂ ପରିଚାଳକ ସନ୍ତୋଷ କୁମାର ପଣ୍ଡା ଓ ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମକର୍ତ୍ତା ଶିଶୁଙ୍କ ଶୀଘ୍ର ଆରୋଗ୍ୟ କାମନା କରିବା ସହ ଆର ବି ଏସ କେ ଟିମ ର ଉତ୍ତମ ସେବା ପାଇଁ ସାଧୁବାଦ ଜଣାଇଛନ୍ତି । ସେମାନଙ୍କର ସମସ୍ତ ଖର୍ଚ୍ଚ ସମ୍ପୂର୍ଣ ମାଗଣା ବୋଲି ଆୟୁଷ ଡାକ୍ତର ଜୟଦେବ ନାୟକ କହିଛନ୍ତି ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ )