ସୁଡ୍ରା ଅଞ୍ଚଳରେ ମାଓବାଦୀ ପୋଷ୍ଟର, ରବିବାର ୪ ଜିଲାକୁ ୧୨ଘଣ୍ଟିଆ ବନ୍ଦ ଡାକରା ।

ବାଲିଗୁଡା, ୨୪/୦୬(ପିପିଟି):ପୁଣି ଥରେ କନ୍ଧମାଳ ଜିଲାରେ ଲାଗିଛି ମାଓ ପୋଷ୍ଟର। ବାଲିଗୁଡା ଥାନା ସୁଡ୍ରା ନିକଟ କାମ୍ବରିକିଆ ଛକଠାରେ କେକେବିଏନ ଡିଭିଜିନାଲ କମିଟି ସିପିଆଇ ମାଓବାଦୀ ତରଫରୁ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ପୋଲିସର ଦମନ ଓ ମିଥ୍ୟା ଏନକାଉଣ୍ଟର ବିରୋଧରେ ରବିବାର କନ୍ଧମାଳ, କଳାହାଣ୍ଡି, ବୌଦ୍ଧ ଓ ନୟାଗଡ଼ ଜିଲାକୁ ୧୨ ଘଣ୍ଟିଆ ବନ୍ଦ ଡାକରା ନେଇ ମାଓବାଦୀ ପୋଷ୍ଟରରେ ଉଲ୍ଲେଖ କରାଯାଇଛି। ତେବେ ଅଞ୍ଚଳରେ ମାଓବାଦୀଙ୍କ ଏଭଳି ପୋଷ୍ଟର ଦେଖିବା ପରେ ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଥିବା ଜଣାପଡିଛି।
ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ

Comments (0)
Add Comment