ସୁକିନ୍ଦା ରୂପରେଖ ବଦଳିବ,ବିଧାୟକ ପ୍ରୀତିରଞ୍ଜନ ।

ଯାଜପୁର,(ପିପିଟି ନ୍ଯୁଜ୍)୩୦/୦୫, ଯାଜପୁର ଜିଲ୍ଲା ସୁକିନ୍ଦାର ଅଶୋକ ଝରର ସୌନ୍ଦର୍ଯ୍ୟ କରଣ ସହ ସେଠାରେ ବୋଟିଂର ବ୍ୟବସ୍ଥା ହେବ। ରାସୋଁଳ ପଞ୍ଚାୟତର କଲରଙ୍ଗି ଠାରେ ମେଡିସନାଲ୍ ପାର୍କ ପ୍ରତିଷ୍ଠା କରାଯାଇ ବୃକ୍ଷମାନଙ୍କର ଔଷଧିୟ ଗୁଣ ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବ।ଏହାସହ କୁହିକାରେ ବନ୍ଧ ନିର୍ମାଣ କରି ଖଣି ଅଞ୍ଚଳର ପାଣି ସମସ୍ୟା ଦୂର କରାଯିବ। ସେହିଭଳି ଦାନଗଦି ସ୍ଥିତ ତେଲିବାହାଳି ପଡିଆରେ ବୃକ୍ଷରୋପଣ କରାଯିବ। ଡିଏଫଓ ସୁଦର୍ଶନ ପାତ୍ର ଏବଂ ବିଭାଗୀୟ ଅଧିକାରୀଙ୍କ ସହ ସମସ୍ତ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ କରିଛନ୍ତି ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ। ସୁକିନ୍ଦା ରୂପରେଖ ବଦଳିବ ବୋଲି କହିଛନ୍ତି ବିଧାୟକ ପ୍ରୀତିରଞ୍ଜନ ଘଡେଇ ।

Comments (0)
Add Comment